ଜଳେଶ୍ୱର, ୨୮ ।୦୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ସୁଗୋ ପଂଚାୟତ ଅନ୍ତର୍ଗତ ବାଣିଦା ଗ୍ରାମରେ ନିର୍ମାଣଧିନ ଆର.ଡି ରାସ୍ତା ଓ ପୋଲ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ୨ମାସରୁ ଅଧିକ ଦିନରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟ ସରିନାହିଁ । ଫଳରେ ବର୍ଷା ଦିନ ଆସିଯାଇ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ରାସ୍ତାର ଦୁଇଟି ପୋଲ ଏକ ସାଥିରେ ଭାଙ୍ଗି ଦେଇ ଠିକାଦାର କାର୍ଯ୍ୟ କରୁ ନ ଥିବା ଏବଂ ବିକଳ୍ପ ଭାବେ ଅସ୍ଥାୟୀ ରାସ୍ତା ନ ଥିବାରୁ ଗ୍ରାମବାସୀ ଜଳ ଘେର ମଧ୍ୟରେ ରହିଛନ୍ତି । ଫଳରେ ଚାଷୀ, ରୋଗୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସମସ୍ତେ ଅସୁବିଧାରେ ପଡିଛନ୍ତି । ଏ ବିଷୟରେ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କୁ ଜଣାଇଲେ ମଧ୍ୟ କୈାଣସୀ ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ଦିନରେ ଗ୍ରାମବାସୀ ଆନେ୍ଦାଳନକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ୱାର୍ଡ ସଭ୍ୟ ମହେଶ ଟୁଡୁ, ପ୍ରବୀର ମହାନ୍ତି, ପଲ୍ଟୁ ଦାସ, ତନୋଜ ମହାନ୍ତି, ପ୍ରଦୀପ ଦାସ, ପ୍ରଶାନ୍ତ ମହାନ୍ତି, କୁନା ଟୁଡୁ, ଶଙ୍କର ମୁର୍ମୁ, ବା‚ନିଧି ମହାନ୍ତି, ଅନନ୍ତ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି ।

Post a Comment