ଜଳେଶ୍ୱର, ୨୮।୦୬ (ଜଗନ୍ନାଥ ଗୋଛୟତ) ସରକାରୀ ବିଦ୍ୟାଳୟର ଶିକ୍ଷକ କୋଚିଂ ସେଣ୍ଟର ଖୋଲି କୋଚିଂ ଦେବା ସହିତ ଛାତ୍ରୀଙ୍କୁ ପ୍ରେମ ନିଦେଦନ କରିବା ମହଙ୍ଗା ପଡିଲା । ସୂଚନାରୁ ଜଣାଯାଇଛି ଖୁଲୁଡା ପଂଚାୟତ ବଡନଗର ଗ୍ରାମର ଜନୈକ ସାର କସିଦା ପଂଚାୟତର ଭଗବତୀ ମାତା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ବଡନଗର ଗ୍ରାମରେ ଏକ କୋଚିଂ ସେଣ୍ଟର ଖୋଲି ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେଉଥିଲେ । ତେବେ କୋଚିଂ ଦେବା ସହିତ ଜନୈକ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହିତ ଅସଦାଚରଣ କରିଛନ୍ତି ବୋଲି ଛାତ୍ରୀ ଜଣକ ନିଜ ପରିବାର ପାଖରେ ଜଣାଇବା ପରେ ବଡନଗର ଗ୍ରାମରେ ଥିବା କୋଚିଂ ସେଣ୍ଟରକୁ ପରିବାରର ଲୋକେ ଓ ଗ୍ରାମବାସୀ ମାନେ ଘେରାଉ କରିଥିବା ଦେଖିବାକୁ ମିଳିଛି । ଏଥିନେଇ ଦିନସାରା କୋଚିଂ ସେଣ୍ଟର ନିକଟରେ ଗଣ୍ଡୋଗଳ ଚାଲିଥିବା ବେଳେ ଥାନାରେ କୈାଣସୀ ମାମଲା ରୁଜୁ ହୋଇ ନ ଥିବା ଦେଖିବାକୁ ମିଳିଛି । ମାମଲାକୁ ନେଇ ଶିକ୍ଷକ ସଂଘର ଜନୈକ କର୍ମକର୍ତା ତଥା ସ୍ଥାନୀୟ ସରପଂଚ ଘଟଣାର ମିମାଂସା କରିବାର ପ୍ରୟାସ ଜାରି ରଖିଥିବା ବେଳେ କୋଚିଂ ସେଣକ୍ଟର ନିକଟରେ ଉତେଜନା ଲାଗି ରହିଥିବାର ଦେଖିବାକୁ ମିଳିଛି । ଜନୈକ ଶିକ୍ଷକ ଭୋଗରାଇ ଅଂଚଳର ବାସିନ୍ଦା ହୋଇଥିବା ବେଳେ ବଡନଗର ଗ୍ରାମରେ ନୂତନ ଘର କରି ରହିଥିବା ଜଣାଯାଇଛି ।

Post a Comment