ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସି.ପି.ଆଇ.ଏମ୍ ପକ୍ଷରୁ ପଥପ୍ରାନ୍ତ ସଭା


ଜଳେଶ୍ୱର, ୨୭।୦୬ (ଜଗନ୍ନାଥ ଗୋଛାୟତ) ମଣିପୁର ରାଜ୍ୟରେ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ସି.ପି.ଆଇ.ଏମ୍ ଜଳେଶ୍ୱର ଲୋକାଲ କମିଟି ପକ୍ଷରୁ ଷ୍ଟେସନ ବଜାର ନିକଟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ମଣିପୁର ଏକ ସଂସ୍କୃତି ସଂପନ୍ନ ରାଜ୍ୟ । ଏହି ରାଜ୍ୟରେ ୨ମାସ ଧରି ଜାତିଆଣ ଦଙ୍ଗା ଲାଗି ରହିବା ଫଳରେ ଶହଶହ ଲୋକଙ୍କର ଜୀବନ ଯିବା ସହିତ ହଜାର ହଜାର ଲୋକଙ୍କ ଘର ଦ୍ୱାର ପୋଡି ନଷ୍ଟ ହୋଇଯାଇଛି । ୨୬ହଜାର ଲୋକ ନିଜ ଘର ଛାଡିଛନ୍ତି । ମୈଥେଇ ଏବଂ କୁକି ସଂପ୍ରଦାୟ ଭିତରେ ଦଙ୍ଗା ଲାଗିଛି । ମଣିପୁର ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ରହିଥିବା ବେଳେ ଏହି ଜାତିଆଣ ଦଙ୍ଗା କାହିଁକି । ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରୁଥିବା ବେଳେ ଲୋକେ ନିଜନିଜ ମଧ୍ୟରେ ଦଙ୍ଗା କରୁଛନ୍ତି । ତେଣୁ ତୁରନ୍ତ ଉଭୟ ସଂପ୍ରଦାୟ ମଧ୍ୟରେ ସୈାହାର୍ଦ୍ଧତା ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଆଜିର ଏହି ସଭାରେ ଦୃଢ ଦାବୀ ଜଣାଇ ମତ ବ୍ୟକ୍ତ କରିଛନ୍ତି । ଏହି ସଭାରେ ସଂପାଦକ ଦିଲ୍ଲୀପ କୁମାର ଗିରି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଂପାଦକ ଶିଶିର ହୁଇ, ଜିଲ୍ଲା ନେତା ଦିପ୍ତୀମାନ ଆଚାର୍ଯ୍ୟ, ରତନ ଦାସ, ଜୀବନ ପରିଡା, ପଲ୍ଟୁ ଦାସ, ସେକ ଅବଦୁଲ ସାଦ୍ଦିକ, ମଦନ ମହାଲି, ଆଇନଜୀବୀ ସବିତା ସାହୁ, ଆରତୀ ପୋଲାଇ, ସବିତା ଭୂୟାଁ, ଅବଦୁଲ ଜିଲାନୀ ଖାଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Post a Comment

Previous Post Next Post