ବଙ୍ଗୋମୁଣ୍ଡା ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


ବଙ୍ଗୋମୁଣ୍ଡା ୨୬/୦୬ (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥବିର ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି ଯେ,ସରକାର ଚାଷୀଙ୍କ ଆୟ ଦ୍ଵିଗୁଣ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଗୋଟିଏ ପ୍ରମୁଖ ଯୋଜନା ହେଲା ଚାଷୀଙ୍କ ଗାଈ ଗୁହାଳ, ଜମି ମରାମତି,ଚହଲା ହେଲେ ବଙ୍ଗୋମୁଣ୍ଡା ବ୍ଲକ ର ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ର ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା କାରଣରୁ ଏବର୍ଷ ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ର ଜନ ସାଧାରଣ ଏହିସବୁ ଯୋଜନା ରୁ ବାଦ୍ ପଡିଛନ୍ତି,ବର୍ତ୍ତମାନ ବର୍ଷାଦିନ ହେଉଥିବାରୁ ଏସବୁ ବନ୍ଦ ହୋଇଯିବ। ଚାଷୀଙ୍କ କ୍ଷତି ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଦୋଷୀ ଅଫିସର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।
ସୁଶାନ୍ତ କୁମାର ବେହେରା

Post a Comment

Previous Post Next Post