ବ୍ରାହ୍ମଣକୁ ଅକାରଣରେ ଗାଳି କରିବା ପ୍ରତିବାଦରେ ଜନଗଣଙ୍କ ପକ୍ଷରୁ ନିନ୍ଦା : ବ୍ରିଟିସରାଜଠୁ ବଳିଗଲେ ରେଞ୍ଜର

ଦିଗପହଣ୍ଡି ୨୮/୬ (ଆଜତକ୍ ଓଡ଼ିଶା) ଗଂଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକର ପୁଡ଼ାମାରୀ ଗ୍ରାମରେ ସ୍ଥାପନା କରାଯାଇଥିବା ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଙ୍କ ର ବ୍ରହ୍ମଣ ଜାତିର ଜଣେ ଠିକାରେ ଗାଡ଼ି ଡ଼୍ରାଇଭର ରଖି କିଭଳି ଗାଳି କରୁଛନ୍ତି  ଆପଣମାନେ ଭାଇରାଲ ହୋଇଥିବା ଏକ ଭୟେସ୍ ରେକର୍ଡ କୁ ଶୁଣିଲେ ସହଜରେ ଜାଣିପାରିବେ। ବ୍ରିଟିସରାଜଠୁ ବଳିଗଲେ ରେଞ୍ଜର ଏହାଯେ ସତ୍ୟ ଏହାକୁ କେହି ଅସ୍ବୀକାର କରିବେ ନାହିଁ । ଠିକା ହେଉ ଭଡ଼ାଟିଆ ହେଉ  ଯାହାବି ହେଉ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ବୋଲି ତଳିଆ କର୍ମଚାରୀ ମାନଙ୍କୁ ଏଭଳି ବ୍ୟବହାର କରିବାକୁ ଅଧିକାର ଅଛିକି ଆମ ସାମ୍ବିଧାନିକ ବ୍ୟବସ୍ଥା ରେ ଯଦି ନାହିଁ ତେବେ ରେଞ୍ଜର ମହୋଦୟଙ୍କୁ ଗାଳି କରିବାର ଅଧିକାର ଦେଲାକିଏ ନା ସେ ନିଜ କର୍ମ କର୍ତ୍ତବ୍ୟ ଦାୟିତ୍ୱ କୁ ଅବହେଳା କରିବା ନିଦର୍ଶନ ସ୍ବରପ ଏଭଳି ଭାବେ ତଳିପା କର୍ମଚାରୀ ଠିକା ସେବାକାରୀ ମାନଙ୍କୁ ନିଜର ବ୍ରିଟିସିଆ କାଇଦା ଦେଖାଇ ଭୟଭୀତ କରି ଲୁଟୁପାଟଯେ ନ  କରୁଥିବେ ତାହା ଆଜି ତର୍ଜମା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ  ଓଡ଼ଶା ବ୍ରାହ୍ମଣ ମହାସଂଘ ଏବଂ ସର୍ବ ଭାରତୀୟ ବ୍ରାହ୍ମଣ ମହାସଂଘ ପକ୍ଷରୁ ଦକ୍ଷିଣି ପୂର୍ବ ପ୍ରଭାଗ ସଂପାଦକ ଆଇନଜୀବି ଗଜାନନ ତ୍ରିପାଠୀ ଦାବୀ କରିଛନ୍ତି । ସେ ଏହା  ମଧ୍ଯ ଦାବି କରିଛନ୍ତି ରେଞ୍ଜରଙ୍କ ସଂପତ୍ତର ତର୍ଜମା ରାଜ୍ୟ ସରକାର କରନ୍ତୁ। ସେ ସାଧାରଣ ବନରଖିରୁ ରେଞ୍ଜର ହୋଇଥିବା ବେଳେ ବ୍ରହ୍ମପୁର ଭୁବନେଶ୍ବର  ପୁରୀ ସହିତ ବିଭିନ୍ନ ସ୍ଥାନରେ ବିରଟ ଅଟାଳିକା ନିର୍ମାଣ କରିପାରିଛନ୍ତି କିପରି ବୋଲି ଅଭିଯୋଗ କରିଛନ୍ତି । ଭିଜିଲାନ୍ସ ବିଭାଗ ସତରେ ତଦନ୍ତ କରିବ ନା ବାଡ଼ ହୋଇ ଖେତକୁ ଖାଇଯିବ ତାହା ସମୟ କହିବାକୁ ଥିଲେହେଁ  ବ୍ରାହ୍ମଣ ମହାସଂଘ ପକ୍ଷରୁ ଆଗାମି ଦିନରେ ଏହି ହେତୁ ବ୍ରହ୍ମପୁର ରାଜସ୍ବକମିସନର ଏବଂ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଦେବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି

Post a Comment

Previous Post Next Post