ବସ୍ତା,୨୮/୦୬ (ଜଗନ୍ନାଥ ଗୋଛାୟତ) ବସ୍ତା ଥାନା ୧୬ ଜାତିୟ ରାଜପଥ ପାର୍ଶ୍ଵ ଏକ ହୋଟେଲ ରୁ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମାତ୍ର ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ପରିବାର ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ। ସୂଚନାରୁ ପ୍ରକାଶ ଚଳିତ ମାସ ଗତ ୧୬ ତାରିଖ ଦିନ କମର୍ଦ୍ଦା ଥାନା ବାହାର୍ଦ୍ଦା ଅଞ୍ଚଳର ସୁଶାନ୍ତ ଦାସ(୨୯) ନିଜ ସ୍ତ୍ରୀ ସହିତ ବସ୍ତା ଥାନା ବରୁଣଗଡ଼ିଆ ଗ୍ରାମ ନିଜ ଶ୍ଵଶୁର ଘରକୁ ବୁଲିବାକୁ ଆସିଥିଲେ। ସୁଶାନ୍ତ ବରୁଣଗଡିଆ ରେ ସ୍ତ୍ରୀକୁ ଛାଡି କୌଣସି କାମରେ ଯାଇ ବସ୍ତା ବାଇପାସ୍ ନିକଟରେ ଏକ ହୋଟେଲ କୁ ଖାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ପୋଲିସ ଗାଡି ହୋଟେଲ ସମ୍ମୁଖରେ ପହଞ୍ଚି ଥିବାବେଳେ ସାଧା ପୋଷାକରେ କିଛି ପୋଲିସ ଅଧିକାରୀ ପହଞ୍ଚି ସୁଶାନ୍ତ ଙ୍କୁ କୁଆଡେ ନେଇଯାଇଥିବା ହୋଟେଲ କର୍ମଚାରୀ ପ୍ରକାଶ କରିଥିଲେ। ଏହି ଘଟଣାକୁ ଦୀର୍ଘ ତେରଦିନ ବିତିଯାଇଥିବା ବେଳେ ସୁଶାନ୍ତ ଙ୍କ ସ୍ତ୍ରୀ ରଶ୍ମିତା ଏହାରି ମଧ୍ୟରେ ସ୍ୱାମୀର ସନ୍ଧାନ ପାଇଁ ବସ୍ତା ଥାନା ଭଦ୍ରକ ପୋଲିସ, ଜଳେଶ୍ଵର ପୋଲିସ ସହିତ ବିଭିନ୍ନ ଜେଲ ରେ ଖୋଜିଥିଲେ ମଧ୍ୟ ଶୁଶାନ୍ତର କୌଣସି ପତ୍ତା ପାଇନଥିଲେ। ପରେ ଏନେଇ ବାଲେଶ୍ୱର ଏସପି,ପୋଲିସ ମହନିର୍ଦ୍ଦେଶକ , ମାନବାଧିକାର କମିଶନ ସହିତ ଅନଲାଇନ ରେ ବସ୍ତା ଥାନାରେ ଅଭିଯୋଗ କରିଛନ୍ତି।

Post a Comment