ବାହୁଡା଼ ଯାତ୍ରା


ବାହୁଡା଼ ଯାତ୍ରା

  *********************************
ବାହୁଡା଼ ଯାତରେ ବାହୁଡ଼ିବ ତୁମେ
     ଗୁଣ୍ଡିଚା ମନ୍ଦିରୁ ଶ୍ରୀମନ୍ଦିରକୁ 
ସଂସାର ସାଗରୁ ବାହୁଡ଼ି ଯିବି ମୁଁ
     ଦେହ ଯିବ ଏ ମୋର ମଶାଣୀକୁ ।

ନବ ଦିନ ପାଇଁ ଆସି ରହି ଥିଲ
     ତୁମ୍ଭ ଗୁଣ୍ଡିଚା ମାଉସୀଙ୍କ ଘରେ 
ନବ ଦ୍ୱାର ଦେହରେ ରହିଥିଲି ମୁଁ
      ହେଲି ଯେ ମଣିଷ ତୁମ ଦୟାରେ ।

ଦଶମୀ ତିଥିରେ ଝୁଲି ଝୁଲି ଯିବ
     ତୁମ୍ଭର ଯେ ନନ୍ଦୀଘୋଷ ରଥକୁ
ଦଶ ଇନ୍ଦ୍ରିୟ ମୋ ଅଚଳ ହୋଇବ
     ଟେକି ନେବେ ଶରୀର କୋକେଇକୁ ।।

ଜନମ ବେଦୀରେ ତୁମେ ଲୀଳା କଲ        
ଭକ୍ତଙ୍କ ଗ୍ରହଣେ ଭାବରେ ରହି
 ଜନ୍ମ ହେଲା ଦିନୁ ମାୟାରେ ପଡିଲି
     ବିକାରକୁ ହୃଦେ ସାଥିରେ ବହି ।।

ଭକ୍ତ ମୁଖେ ହରିବୋଲ ଶୁଣି ଯିବ 
    ତୁମ୍ଭର ରତ୍ନବେଦୀ ଦେଉଳକୁ
ଶବ ଗଲା ବେଳେ ହରିବୋଲ ଥିବ
     ଛାଡି ଯିବି ସଂସାରର ସଭିଙ୍କୁ ।।

*********************************
   ତ୍ରିନାଥ ପଟ୍ଟନାୟକ
  ଅଧ୍ୟାପକ ତଥା କବି
   ଗ୍ରାମ:ଗାନ୍ଧୀ ନଗର
   ପୋ:/ଜିଲ୍ଲା:କୋରାପୁଟ
    ମୋ:9438362172

Post a Comment

Previous Post Next Post