ଅତିନିମ୍ନମାନର ଡ୍ରେନ ନିର୍ମାଣକୁ ନେଇ କାମ ବନ୍ଦ କଲେ ଗ୍ରାମବାସୀ


ଜଳେଶ୍ୱର ୨୪/୬(ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ମୁ୍ୟନିସିପାଲଟିର ୧୭ ନଂ ୱାର୍ଡ ଚକବିଷ୍ଣୁ ଗ୍ରାମରେ ଏକ ଡ୍ରେନ ନିମ୍ନମାନର ଦର୍ଶାଇ କେତେକ ଗ୍ରାମବାସୀ କାମ ବନ୍ଦ କରିଛନ୍ତି । ଅନନ୍ତ ପରିଡାଙ୍କ ଘରଠାରୁ ଭାଗବତ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ହେଉଥିବା ଡ୍ରେନ୍ କାର୍ଯ୍ୟକୁ ବିରୋଧ କରିବା ସହିତ ଫଳକ ନ ଥାଇ କିପରି କାର୍ଯ୍ୟ ହେଉଛି ବୋଲି ଅଭିଯୋଗ କରାଯାଇଛି । ୫ଲକ୍ଷ୫୪ହଜାର ଟଙ୍କା ବ୍ୟୟରେ ନିର୍ମାଣାଧିନ ଡ୍ରେନରେ ୬ଇଞ୍ଚ ବାଲି, ୬ଇଞ୍ଚ ମେଟାଲ, ୨ଫୁଟ ଉଚ୍ଚରେ ଏହା ନିର୍ମାଣ ହେବାକୁ ଥିବା ବେଳେ ମାତ୍ର ୨ ଇଞ୍ଚ ବାଲି ଓ ୨ଇଞ୍ଚ ମେଟାଲ ଦେଇ କାର୍ଯ୍ୟ ହେଉଥିବା ଆରଟିଆଇ ତଥ୍ୟରୁ ଜଣା ପଡିଛି । ଏ ସଂପର୍କରେ ପୌରଅଧିକାରୀ ଅଜୟ ମହାପାତ୍ରଙ୍କୁ ଗ୍ରାମବାସୀ ଜଣାଇବାପରେ କନିଷ୍ଠଯନ୍ତ୍ରୀ କାମ ଯାଞ୍ଚପରେ ଏହା ଜଣାପଡିଛି । ଗ୍ରାମର ଶିଶିର ପ୍ରଧାନ, ନିମାଇଁ ପ୍ରଧାନ, ଗୌରହରୀ ପ୍ରଧାନ, ବବିହରି ଗିରି, ରବିନ୍ଦ୍ର ସାମଲ, ଅନନ୍ତ ପ୍ରଧାନ, ଅଦୈତ୍ୟ ପରିଡା, ଅନନ୍ତ ଦତ୍ତ, ଅବନିକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟର ମାନ ନେଇ ପ୍ରଶ୍ନ ଉଠାଇଛନ୍ତି । ଏ ସଂପର୍କରେ ପୌରଅଧିକାରୀ ଅଜୟ ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟଟି ସଂପୂର୍ଣ୍ଣ ହୋଇନାହିଁ, ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହା ଯାଞ୍ଚଲାଗି ବନ୍ଦ ରଖାଯାଇଥିବା କହିଛନ୍ତି ।

Post a Comment

Previous Post Next Post