୫ଟି ସଚିବଙ୍କ ଜଳେଶ୍ୱର ଗସ୍ତ


ଜଳେଶ୍ୱର ୨୪/୬(ଜଗନ୍ନାଥ ଗୋଛାୟତ): ୫ଟି ସଚିବ ଭିକେ ପାଣ୍ଡିଆନ୍ ଜଳେଶ୍ୱର ଅସ୍ଥାୟୀ ହେଲିପେଡରେ ପହଞ୍ଚି ବାପରେ ମିଶନ ଶକ୍ତି ଏମ୍ବିକେ,ସିଆରପି ଓ ସ୍ୱୟଂସୟାୟକ ଗୋଷ୍ଠି ସ୍ୱାଗତ ଜଣାଇ ମଂଚକୁ ପାଛୋଟି ନେଇଥିଲେ । ଜନସାଧାରଣଙ୍କ ନିକଟକୁ ସେ ଗଲାବେଳେ ବହୁ ବ୍ୟକ୍ତି ସେମାନଙ୍କ ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀରେ ୩୦୦ କୋଟି ଟଙ୍କାର ୨ଟି ହାଇ ଲେଭେଲ ସେତୁ ହେବାକୁ ଯାଉଥିବା ବେଳେ ମାକିଡିଆ ଆନ୍ତରାଜ୍ୟ ନଦୀପୋଲ ସଂପର୍କରେ ମୂଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ଜଳେଶ୍ୱରରୁ ସର୍ବାଧିକ ସ୍ମାରକପତ୍ର ମିଳିଥିବା ବେଳେ ୨ଟି ରେଳ ଓଭରବ୍ରିଜ୍ ଅଳ୍ପ ଦିନ ମଧ୍ୟରେ ଲୋକାର୍ପିତ ହେବାକୁ ଯାଉଥିବା କହିଥିଲେ । ମିଶନଶକ୍ତି ଗ୍ରାପ ମାନଙ୍କୁ ସରକାରୀ ଋଣ, ମହିଳାଙ୍କ ଚିକିସôାଲାଗି ସହାୟତା, ବିଜୁ ସ୍ୱାସ୍ଥ୍ୟକାର୍ଡର ସହାୟତା ସଂପର୍କରେ ପଚାରି ବୁଝିଥିଲେ । ରାଜ୍ୟର ସୀମା ସଂପର୍କୀତ କେତେକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେବା, ଅମର୍ଦ୍ଦା ଷ୍ଟେସନ ଠାରେ ଅନ୍ୟଏକ ରେଳ ଓଭର ବ୍ରିଜ୍ ନିର୍ମାଣ ସଂପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନେ୍ଦ, ଏସ୍ପି ସାଗରିକ ନାଥ, ଡେପୁଟି ଜିଲାପାଳ ସ୍ମୃତିରଂଜନ ମଲ୍ଲିକ, ବିଡିଓ ପୁନମ ରାଉତ, ଆଇଆଇସି ରୋଜାଲିନ୍ ବେହେରା, ପ୍ରଜ୍ଞା ମହାନ୍ତି, ଏସ୍ଡିପିଓ ଦିଲ୍ଲିପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ୫ଟି ସଚିବ ଜଳେଶ୍ୱର ସହରରେ ନିର୍ମାଣ ହୋଇଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ ।

Post a Comment

Previous Post Next Post