ସ୍ଥାୟୀ ନାର୍କୋଟିକ୍ ସେଣ୍ଟର ଖୋଲିବା ପାଇଁ ସାମାଜିକ ସଂଗଠନ ଦାବି:-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଟି ସଚିବ ଙ୍କୁ ସ୍ମାରକ ପତ୍ର ପ୍ରଦାନ


ଜଳେଶ୍ଵର,୨୫/୬ (ଜଗନ୍ନାଥ ଗୋଛାୟତ) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ, ଜଳେଶ୍ୱର ଗସ୍ତ ସମୟରେ, 'ବିଶ୍ବାସ' ସାମାଜିକ ସଂଗଠନ ପକ୍ଷରୁ ନିଶା ନିବାରଣ ଲାଗି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଅନୁଷ୍ଠାନର ସାଧାରଣ ସମ୍ପାଦକ ସଂଗ୍ରାମ ପରିଡ଼ା ଙ୍କ ନେତୃତ୍ବରେ, ଜଳେଶ୍ୱରରେ ଏକ ସ୍ଥାୟୀ ନାର୍କୋଟିକ୍ ସେଣ୍ଟର ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ।ଜଳେଶ୍ୱର ଏକ ନିଶାର ରାଜଧାନୀ ପାଲଟିଥିବା ଅଭିଯୋଗ କରି , ବର୍ତ୍ତମାନ ସମୟରେ ଦୃଢ଼ ପଦକ୍ଷେପ ନେବାର ସମୟ ଆସିଛି। ଜଳେଶ୍ୱର ସୀମାବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ଅପରାଧୀ ମାନେ ନିଶା କାରବାର କରି ପଶ୍ଚିମବଙ୍ଗ ରାଜ୍ୟକୁ ଅତି ସହଜରେ ଖସି ଯିବାରେ ସକ୍ଷମ ହେଉଛନ୍ତି।ଏଠାରେ ଥିବା ଅବକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଅଭାବ ହେତୁ ଡ୍ରଗ୍ସ କାରବାରକୁ ବନ୍ଦ କରିବାରେ ସମର୍ଥ ହେଉ ନ ଥିବା ସେ ସୂଚନା ଦେଇଛନ୍ତି। ଜଳେଶ୍ୱରକୁ ନିଶା କବଳରୁ ମୁକ୍ତ କରିବା ପାଇଁ ଛୋଟ ଅଭିଯାନ ଟିଏ "ନିଶା କୁ ନା' ମା'କୁ ସମ୍ମାନ" ଗତ ବର୍ଷ ଠାରୁ ଆରମ୍ଭ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ଜଳେଶ୍ୱରର ଜନ ସାଧାରଣ ଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନ ମହୋଦୟଙ୍କୁ ପ୍ରଦାନ କରିଛନ୍ତି। ଟିକସର ସିଂହ ଭାଗ ରାଜ୍ୟ ସରକାର ମଦରୁ ପାଉଥିବା,ଓ ସିକୃତି ପ୍ରାପ୍ତ ଡିଲର୍ କୁ ଅଧିକ ବିକ୍ରି ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ନିଶା ନିବାରଣ ଆହ୍ୱାନ,କଥାରେ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post