ଜଳେଶ୍ବର,୨୫/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ପୌରାଞ୍ଚଳ, ଶାନ୍ତିଆ ଗ୍ରାମ ଦଶ ନମ୍ବର ୱାର୍ଡ଼ଵାସୀ, ଦେବେନ୍ଦ୍ର ପାତ୍ର ତାଙ୍କ ପରିବାର ସହ ରହିଆସୁଛନ୍ତି । ପରିଣତି ବୟସରେ ରୋଜଗାର କରିବା ପାଇଁ କେହି ନ ଥିବା ବେଳେ,ବାର୍ଦ୍ଧକ୍ୟ ଯୋଗୁଁ କିଛି କାଯ୍ୟ କରି ପାରୁନାହାନ୍ତି । ମୁଣ୍ଡ ଗୁଞ୍ଜିବା ଲାଗି ଘରଟିଏ ମଧ୍ୟ ନାହିଁ। ଏକ ଚାଳ ଛପର କୁଡ଼ିଆ ଘରେ ଅସହାୟ ଭାବେ ଜୀବନ କାଟୁଛନ୍ତି। ଚଳିତ ବର୍ଷ ପ୍ରଥମ ମୌସୁମୀ ବର୍ଷାରେ ତାଙ୍କ ଦଦରା ଘରେ ପାଣି ପଡି କାଦୁଅ ପଚ ପଚ। ଏପରି ଦୟନୀୟ କରୁଣ ସୂଚନା ପାଇ ଜଳେଶ୍ୱର ର ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ସଂଗଠନ,ମେ ଆଇ ହେଲ୍ପ ୟୁ ମୋ ପରିବାର ସହାୟତା ପାଇଁ ଅଣ୍ଟା ଭିଡିଛି।ଏହି ପରିବାର କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ ସହିତ, ତାଙ୍କ ଭଙ୍ଗା ଦଦରା ଚାଳଚଫର ଘରେ,ଏକ ପଲିଥିନ ପାଲ ପକାଇ ,ରହିବାର ବ୍ୟବସ୍ତା କରିଛନ୍ତି । ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ,ଏ ପରିବାର ଅବସ୍ଥା ସୁଧାରିବା ର ନାଁ ନେଉନାହିଁ । ତେଣୁ ପ୍ରଶାସନ ନିକଟରେ ତୁରନ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଏହି ସେବା କାର୍ଯ୍ୟରେ, ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା,ହରିଚନ୍ଦନ ଦାସ, ରୋହିତ ଜେନା, ରାଜୀବ ଗିରି, ରଞ୍ଜନ କୁମାର ପାତ୍ର,ଆକାଶ ଘୋଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

Post a Comment