ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କୁ ଲକ୍ଷ୍ମୀ ନୃସିଂହ ଅବତାରରେ ଦର୍ଶନ


କୋରାପୁଟ : (ଆଜତକ୍ ଓଡ଼ିଶା) ଆଜି ପବିତ୍ର ହେରାପଞ୍ଚମୀ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ତେଣୁ ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରାଗୌରୀ ସାହିହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆଜି କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଭୂ ଜଗନ୍ନାଥ, ବଡ଼ ଭାଈ ବଳଭଦ୍ର, ଭଉଣୀ ସିନ୍ଦୁରମୁହିଁ ମାଁ ସୁଭଦ୍ରାଙ୍କ ସହ ଶ୍ରୀ ଜଗନ୍ନାଥ ମାଁ ଲକ୍ଷ୍ମୀଙ୍କୁ କୋଳେଇ ଧରି ଲକ୍ଷ୍ମୀ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇ କୃପା ପ୍ରଦାନ କରୁଅଛନ୍ତି ଏବଂ ପବିତ୍ର ହେରା ପଞ୍ଚମୀର ବିଶେଷ ନୀତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଅଛି ।

Post a Comment

Previous Post Next Post