କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ରଥଯାତ୍ରା ଉପଲକ୍ଷେ ସାହିତ୍ୟ ଜୀବନ ଅନୁଷ୍ଠାନ ପକ୍ଷରୁ " ରଥଯାତ୍ରା" ସମ୍ବଳିତ ଏକ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପବିତ୍ର ରଥଯାତ୍ରା ଉପଲକ୍ଷେ ସାହିତ୍ୟ ଜୀବନ କୁଇଜ ପ୍ରତିଯୋଗିତା ୨୦୨୩ରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଅଛି । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଯୁବ କବି ତଥା ଅଧ୍ୟାପକ ଅଟନ୍ତି । ସେ କୋରାପୁଟ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ହୋଇ ବହୁ ସମ୍ବର୍ଦ୍ଧିତ ହୋଇଥିବା ଦେଖାଦେଇଅଛି । ତେବେ ଏହି ଅବସରରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଉଚ୍ଚକୋଟୀର ପ୍ରତିଭା ପ୍ରଦର୍ଶନ ପାଇଁ ସାହିତ୍ୟ ଜୀବନ ତରଫରୁ ଏହି ପ୍ରଶଂସା ପତ୍ର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିବା ସହ ଅନୁଷ୍ଠାନର ଆୟୋଜକ ସୁସ୍ମିତା ସାହୁ , ପ୍ରତିଷ୍ଠାତା ପବିତ୍ର ବେହେରା ଶ୍ରୀମାନ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ପ୍ରଦାନ ସ୍ୱରୂପ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment