ସାମୁହିକ ଜୀବିକା ଉପରେ ସଚେତନତା


ଧର୍ମଗଡ (ପ୍ରଦୀପ ସେଠୀଆ) ଧର୍ମଗଡ ବ୍ଲକ୍ ଜୟନ୍ତପୂର୍ ପଞ୍ଚାୟତ ମାଳପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ରିଲାଏନ୍ସ ଫାଉଣ୍ଡେସନ ଓ କର୍ତ୍ତବ୍ୟ ସଂସ୍ଥା ଆନୁକୁଲ୍ୟରେ ସାମୁହିକ ଜୀବିକା ଉପରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକର ପୂର୍ବତନ ମସ୍ୟ ସଂପ୍ରସାରଣ ଅଧିକାରୀ ବିରଞ୍ଚି ନାରାୟଣ ରାଉତ ଉପସ୍ଥିତି ରହି ମହିଳା ସୟଂ ସହାୟକ ଗୋଷ୍ଠୀ କୁ ମସ୍ୟ ଚାଷ ଉପରେ ତାଲିମ ପ୍ରଦାନ କରିଥିଲେ। ମାଛ ଚାଷର ସମସ୍ତ ପଦ୍ଧତି ସମ୍ପର୍କରେ ପଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତି ଗୋଷ୍ଠୀମାନଙ୍କୁ ବୁଝିଥିଲେ। ଆଗାମୀଦିନରେ କିଭଳି ଭାବେରେ ଗ୍ରାମାଞ୍ଚଳରେ ସ୍ଵଂୟସହାୟକ। ଗୋଷ୍ଟି ଉନ୍ନତ ପ୍ରଣାଳୀରେ ମସ୍ୟ ଚାଷ କରି ଆର୍ଥିକ ଅଭିବୃତି କରି ପାରିବେ ଓ ସ୍ବାବଲମ୍ବୀ ହୋଇ ପାରିବେ ଏହା ହେଉଛି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କର୍ତ୍ତବ୍ୟ ପ୍ରୋଜେକ୍ଟ କୋଡିନେଟର ନିରାକାର ଦଣ୍ଡସେନା ପ୍ରକାଶ କରିଛନ୍ତି। ଅନୁଷ୍ଠିତ ଦିନିକିଆ ତାଲିମ ଶିବିରରେ ଜୟନ୍ତପୁର ଜୟ ଜଗନ୍ନାଥ, ମଳପଡା ମାଁ‌‌ ଠାକୁରାଣୀ, କାଣ୍ଡପଡା ମାଁ‌‌ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀର ୪୦ ଜଣ ମହିଳା ଉପସ୍ଥିତି ରହି ତାଲିମ ନେଇଥିଲେ । କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ବ୍ଲକ କୋଡ଼ିନେଟର ସଦାନନ୍ଦ ନାଗ ଓ ସୁଧୀର ରଞ୍ଜନ ଗୋପାଳ ସହଯୋଗ କରିଥିଲେ।

Post a Comment

Previous Post Next Post