ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲାରେ ଗ୍ରାମାଞ୍ଚଳରେ ମଦର ବନ୍ୟା : ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବାଲେଶ୍ୱର (ପ୍ରଭାକର ମଲ୍ଲିକ)  ଖୋଦ୍ ଅବକାରୀ ମନ୍ତ୍ରୀ ଙ୍କ ଜିଲ୍ଲା ବାଲେଶ୍ବରରେ ଘରେ ଘରେ ମଦ ଏକ କୁଟୀର ଶିଳ୍ପ ଭାବରେ ପରିଣତ ହୋଇଥିଲା ବେଳେ ମନ୍ତ୍ରୀଙ୍କ ନିଘା ଅଛି ନା ଅବକାରୀ ବିଭାଗର। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତର ସାଉଡି ଗ୍ରାମର ଓ୍ବାର୍ଡ ନମ୍ବର ୪ ହନୁମାନ ଛକ ନିକଟରେ ଥିବା ମୃତ୍ୟୁଞ୍ଜୟ ମଲ୍ଲିକ ଓ ବର୍ଷା ରାଣୀ ମଲ୍ଲିକ ଙ୍କ ଘରେ ଚୋରା ମଦ କାରବାର ଖୋଲମଖୋଲା ଚାଲିଥିବା ବେଳେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି। ତେବେ ଚୋରା ମଦ ପିଇବା ଫଳରେ ଦିନ ଦ୍ବିପହରରେ ମଦ୍ୟପ ମାନେ ରାସ୍ତା ଓ ଛକରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଗ୍ରାମର ଝିଅ ବୋହୂ ମାନେ ରାସ୍ତା ତଥା ଛକକୁ ବାହାରିବାକୁ ଭୟ ମନେ କରୁଛନ୍ତି। ତେବେ ମଦ୍ୟପ ମାନେ ମଦପିଇ ପରିବାରରେ ମଧ୍ୟ ଗଣ୍ଡଗୋଳ କରୁଥିବା ଦେଖାଯାଇଛି।ମଦ୍ୟ ବ୍ୟାପାର ଖୋଲମ୍ ଖୋଲା ଚାଲିବା ଫଳରେ ସାଉଡି ପଞ୍ଚାୟତରେ ନାବାଳକ ମାନେ ମଧ୍ୟ ମଦ୍ୟପାନ କରି ରାସ୍ତାରେ ଗଡୁଥିବାରୁ ପରିବାର ଲୋକେ ମଧ୍ୟ ମାନସିକ ଚିନ୍ତାରେ ରହିଛନ୍ତି। ତେବେ ମଦ୍ୟପ ମାନେ ଅର୍ଥ ଅଭାବ ହେବାରୁ ଅଞ୍ଚଳରେ ଚୋରି ମଧ୍ୟ ବଢୁଥିବାର ନଜରକୁ ଆସୁଛି। ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବସ୍ତା ଅବକାରୀ ବିଭାଗ ଠାରେ ବାରମ୍ବାର ଅଭିଯୋଗ କରିବା ସତ୍ବେ କାର୍ଯ୍ୟାନୁଷ୍ଠାନ ଦୂରର କଥା ବିଭାଗର କର୍ମଚାରୀ ମାନଙ୍କ ଇଙ୍ଗିତରେ ଏପରି ବେଆଇନ୍ ମଦ କାରବାର ଚାଲିଥିବାର ଜନସାଧାରଣ ଅନୁଭବ କରୁଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅବକାରୀ ମନ୍ତ୍ରୀ ଙ୍କ ଜିଲ୍ଲାରେ ଯଦି ଯଦି ଚୋରା ମଦ କାରବାର ଏମିତି ଖୋଲମ୍ ଖୋଲା ଚାଲେ ତେବେ ଅନ୍ୟ ଜିଲ୍ଲାରେ କ'ଣ ଅବସ୍ଥା ଥିବ। ତେବେ ତୁରନ୍ତ ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବନ୍ଦ୍ ପାଇଁ ସାଧାରଣରେ ଦାବି ଜୋର୍ ଧରିଛି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବିଭାଗ ତଥା ମନ୍ତ୍ରୀ ଚୋରା ମଦ କାରବାର ଉପରେ ପଦକ୍ଷେପ ନେଉଛନ୍ତି ନା ଯଥା ପୂର୍ବ ଚଥା ପରଂ ସ୍ଥିତି ଦେଖିବାକୁ ମିଳୁଛି। 

Post a Comment

Previous Post Next Post