ରାସ୍ତା ଉପରେ ଘର ନିର୍ମାଣ କୁ ବିରୋଧ କରି ଗ୍ରାମବାସୀ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ଥ


ଭବାନୀପାଟଣା ୨୬/୦୬ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ଅଧିନସ୍ଥ ଚପ୍ରିଆ ପଂଚାୟତ ଅନ୍ତର୍ଗତ ବାଞ୍ଜିପଦର ଗାଁରେ ରାସ୍ତା ଉପରେ ଘର ନିର୍ମାଣ ହେଇଥିବା ଗ୍ରାମବାସୀ ଧର୍ମଗଡ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି । ସୂଚନା ମତେ ନାଏକ ସରପଞ୍ଚଙ୍କ ସ୍ୱାମୀ ଉମା ହରିଜନ ଓ ଦେଢ଼ ଶଶୁର କାନ୍ତ ହରିଜନ ଏବଂ ବକ ହରିଜନ ପଡା ଭିତରକୁ ଯିବା ରାସ୍ତାରେ ଘର ନିର୍ମାଣ କରୁଛନ୍ତି । ଉକ୍ତ ବିଷୟ କୁ ନେଇ ତା- ୧୭.୦୫.୨୩ରିଖ ଦିନ ଉପଜିଲ୍ଲାପାଳ ଙ୍କୁ ପଡାବାସୀ ଲିଖିତ ଭାବରେ ଜଣାଇଥିଲେ । ପରବର୍ତୀ ସମୟରେ ତା-୨୪.୦୫.୨୩ରିଖ ଦିନ ରାଜସ୍ୱ ନିରୀକ୍ଷକ ଚପ୍ରିଆ ଆସି ଗ୍ରାମ ର ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତିରେ ରାସ୍ତା ମାପିଥିଲେ ଏବଂ ରାସ୍ତା ଉପରେ ଘର ନିର୍ମାଣ ହେଇଛି ବୋଲି ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ । ରାସ୍ତା ଉପରେ ଘର ନିର୍ମାଣ ହେଉଥିବା ଫଳରେ ଚାରି ଚକିଆ ଜାନ ବାହାନା ଯିବା ଆସିବ ଅସମ୍ଭବ ହୋଇ ପଡିଛି । ରୋଗୀକୁ ଚିକିତ୍ସାଲୟ କୁ ନେବାକୁ ହେଲେ ତିନିଛକ ରେ ଆମ୍ବୁଲାନ୍ସ ରଖିକି ବୋହି ନେବାକୁ ପଡୁଛି । ରାସ୍ତା ଥାଇକି ନ ଥିଲା ଭଳି ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପଡାବାସୀ ପ୍ରକାଶ କରିଛନ୍ତି। ଶୀଘ୍ର ଘର କୁ ଭଙ୍ଗା ଯାଇ ରାସ୍ତା ଉପଯୋଗ କରାଯାଉ ବୋଲି ପୁଣି ଥରେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଇଛନ୍ତି ପଡାବାସୀ । ଲଙ୍କା ହରିଚନ୍ଦନ,ଦଇତାରି ଦୁର୍ଗା,ଦେବାର୍ଚ୍ଚନ ହରିଜନ,ଲୋଚନ ଦୀପ ଏବଂ ଗ୍ରାମ ର ଅନେକ ଲୋକ ଉପସ୍ଥିତ ହୋଇ ଅଭିଯୋଗ କରିଛନ୍ତି ।

Post a Comment

Previous Post Next Post