ସିପିଆଇ(ଏମ୍) ପକ୍ଷରୁ ଟାଟା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ


ଜଳେଶ୍ୱର, ୨୯ ।୦୬ (ଜଗନ୍ନାଥ ଗୋଛାୟତ): ଘନଘନ ବିଦ୍ୟୁତ୍ କାଟ, ଲୋ ଭଲଟେଜ୍, ୨୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବା, ଭିତିଭୂମି ପାଇଁ ଦିଆଯାଇଥିବା ୨୦ହଜାର କୋଟି ଟଙ୍କାର ଦୁର୍ନିତୀର ତଦନ୍ତ ଓ ବିଦ୍ୟୁତ୍ ଦର ବୃଦ୍ଧି କରିବା ପ୍ରତିବାଦରେ ସିପିଆଇ(ଏମ) ଜଳେଶ୍ୱର ଶାଖା ପକ୍ଷରୁ ଏକ ଗଣ ବିକ୍ଷୋଭ ଟାଟା ବିଦ୍ୟୁତ୍ ବିଭାଗ ଏସ୍.ଡି.ଓ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଅବିରତ ଓ ଗୁଣାତ୍ମକ ବିଜୁଳି ଯୋଗାଇବା ପାଇଁ ବିଦ୍ୟୁତ୍ ସଂସ୍କାର ନାମରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଘରୋଇ ଟାଟା କମ୍ପାନୀ ହାତରେ ଟେକି ଦେଇଥିଲା । ଏବେ ଟାଟା କୋମ୍ପାନୀ ରାଜ୍ୟ ବାସୀଙ୍କୁ ଶୋଷଣ କରୁଛି । ଦିନକୁ ଅଘୋଷିତ ଭାବେ ୧୭/୧୮ ଥର ବିଜୁଳି କାଟ ହେଉଛି । ଅନ୍ୟ ରାଜ୍ୟ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଉଥିବା ବେଳେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ହୋଇ ମଧ୍ୟ ମାଗଣା ପରିବର୍ତେ ଅଧିକ ଦର ଲାଗୁକରୁଛି । ଆଗାମୀ ଦିନରେ ଏହି ଦାବୀ ଗୁଡିକ ପ୍ରତି ସରକାର ଦୃଷ୍ଟି ନ ଦେଲେ ଟାଟା କୋମ୍ପାନୀକୁ ବୟକଟ ପାଇଁ ବିକ୍ଷୋଭରେ ବକ୍ତା ମାନେ ଆହ୍ୱାନ ଦେଇଥିଲେ । ଏହି ବିକ୍ଷୋଭ ସଂପାଦକ ଦିଲ୍ଲୀପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଂପାଦକ ଶିଶିର ହୁଇ, ଦିପ୍ତୀମାନ ଆଚାର୍ଯ୍ୟ, ପଲ୍ଟୁ ଦାସ, ଜୀବନ ପରିଡା, ଦିଲ୍ଲୀପ ପରିଡା, ଆରତୀ ପୋଲାଇ, ମମି ପଣ୍ଡା, ମଦନ ମାହାଲି, ଗଣେଶ ଜେନା, ସବିତା ସାହୁ, ସବିତା ଭୂୟାଁ, ପ୍ରକାଶ ଦେ, ଅଜୟ ପଲାଇ, ଲକ୍ଷ୍ମୀଧର ପଲାଇ, ଜିତାଂଶୁ ନନ୍ଦୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଟାଟା କୋମ୍ପାନୀର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବିକ୍ଷୋଭ ପୂର୍ବରୁ ବିକ୍ଷୋଭ ଶୋଭାଯାତ୍ରା ସହର ପରିକ୍ରମା କରି ବିଦ୍ୟୁତ୍ ଅଫିସ ଯାଏ ଆସିଥିଲା ।

Post a Comment

Previous Post Next Post