ଜଳେଶ୍ୱର, ୨୯ ।୦୬ (ଜଗନ୍ନାଥ ଗୋଛାୟତ): ଡମ୍ପର ଧକ୍କାରେ ଛାତ୍ରୀର ମୃତ୍ୟୁ । ସୂଚନାନୁଯାୟୀ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ନହରା ଗ୍ରାମର ସୁଶାନ୍ତ ସେଠୀଙ୍କ ଝିଅ ଅନିତା ସେଠୀ(୧୪) ଟିୟୁସନ ସାରି ସାଙ୍ଗ ମାନଙ୍କ ସହିତ ଘରକୁ ଫେରୁଥିବା ବେଳେ ନହରା ଛକ ନିକଟରେ ଚନ୍ଦନେଶ୍ୱର ପଟରୁ ଦ୍ରୁତ ଗତିରେ ଏକ ଡମ୍ପର ଆସି ଛାତ୍ରୀର ସାଇକେଲକୁ ଧକ୍କା ଦେବା ସହିତ ଉପର ଦେଇ ଚାଲି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଅନିତାର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଡମ୍ପରଟିକୁ ଧରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ କ୍ଷତି ପୁରଣ ଦାବୀ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଡମ୍ପରଟିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି । ଦୁର୍ଘଟଣା ଘଟାଇଥିବା ଡମ୍ପରଟିର ନଂ ୦ଡି-୨୨-ଡବ୍ଲ୍ୟୁ ୪୪୫୧ ହୋଇଥିବା ବେଳେ ଚନ୍ଦନେଶ୍ୱରରୁ ଜଳେଶ୍ୱର ପଟକୁ ଆସୁଥିଲା । ଜଳେଶ୍ୱର ଏସ୍.ଡି.ପି.ଓ ଦିଲ୍ଲୀପ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିଥିବା ଲୋକମାନଙ୍କୁ ବୁଝାଇବା ସହିତ କ୍ଷତି ପୁରଣ ବିଷୟରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା ।
ଡମ୍ପର ଧକ୍କାରେ ଛାତ୍ରୀର ମୃତ୍ୟୁ, ରାସ୍ତା ରୋକ
ଆଜତକ ଓଡ଼ିଶା
0
Post a Comment