ବଙ୍ଗୋମୁଣ୍ଡା,୨୦।୬ (ଆଜତକ୍ ଓଡ଼ିଶା) ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ପରି ପୁରପଲ୍ଲୀରେ ମଧ୍ୟ ରଥଯାତ୍ରା ଆୟୋଜନ ହୋଇଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗାଁ ରେ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥାଋଢ଼ ଠାକୁର ଙ୍କ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ । ଗ୍ରାମର ମହାରାଜା ଟିକଚନ ମେହେର ଛେରା ପହଁରା କରିଥିଲେ । ମନ୍ତ୍ରୀ ଉମାକାନ୍ତ ମେହେର ଉପସ୍ଥିତ ଥିଲେ । ମନ୍ଦିର ପୂଜକ ମାନେ ପୂଜାପାଠ କରୁଥିବା ବେଳେ ଆୟୋଜକ ଜୟ ଜଗନ୍ନାଥ ପରିଚାଳନା ସମିତି ର ସଭାପତି ଅନାଦି ମେହେର,ଉପସଭାପତି ମକୁନ୍ଦ ମେହେର,ସମ୍ପାଦକ ଚମ୍ପେଶ୍ୱର ମେହେର, ଯୁଗ୍ମ ସମ୍ପାଦକ ଭୀଷ୍ମ ବଘେଲ,କୋଷାଧ୍ୟକ୍ଷ ସନ୍ତୋଷ ମେହେର ପ୍ରମୁଖ ଙ୍କ ସହ ଗ୍ରାମବାସୀ,ପୋଲିସ ପ୍ରଶାସନ,ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ପବିତ୍ର ରଥ ଯାତ୍ରା ମହାପ୍ରଭୁ ଙ୍କୁ ଦର୍ଶନ ଲାଗି ସବୁଠି ଶହ ଶହ ଭକ୍ତ ମାନଙ୍କ ସମାଗମ ଲାଗି ରହିଛି । ରଥଯାତ୍ରା ସମୟରେ ଆଜି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଭକ୍ତ ମାନେ ପାଣି ପାଇଁ ବହୁ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଛି ।ମହାପ୍ରଭୁଙ୍କ ପାଖକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମାଗଣା ରେ ପଣା ବଣ୍ଟନ କରି ଭକ୍ତମାନ ଙ୍କ ତୃଷ୍ଣା କୁ କିଛି ମାତ୍ରାରେ ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି । ଏହିଭଳି ମହତ କାର୍ଯ୍ୟ ଆଗାମୀ ଦିନ ରେ ମଧ୍ୟ ଜାରି ରହିବ ବୋଲି ଶିବ ଶଙ୍କର ମୋବାଇଲ ର ମାଲିକ ସନ୍ତୋଷ ମେହେର କହିଛନ୍ତି ।

Post a Comment