ଜଳେଶ୍ୱର ୪/୬ (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି।ବାଣୀଦା ଠାରୁ କମାରଶାଳିଆ ପର୍ଯ୍ୟନ୍ତ ଯାଇଥିବା୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡି ବିଲରେ ଚରୁଥିବା ୨ ଗାଇ ଓ ଗୋଟିଏ ବଳଦର ଶୋଚନୀୟ ମୃତ୍ୟୁ ହୋଇଯାଇଛି।ଦୀର୍ଘ ୫୦ବର୍ଷ ଧରି ଏହି ତାର ଗୁଡ଼ିକ ମରାମତି ଅଭାବରୁ ନଷ୍ଟ ହୋଇଯାଇ ଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ପଂଚାୟତବାସୀ ଦାବୀ କରିବା ସହିତ ତୁରନ୍ତ ନୂତନ ତାର ଲଗାଇବା ସହିତ କ୍ଷତିପୂରଣ ଦାବୀ କରିଛନ୍ତି।ନେତୁଆ ଗ୍ରାମର ସପନ ମୁର୍ମୁ ଓ କପାସୁଦା ଗ୍ରାମର ବିଜୟ ପାତ୍ରଙ୍କ ଗୋଟିଏ ଲେଖାଏଁ ଗାଈ ଏବଂ ନେତୁଆ ଗ୍ରାମର ବିଶୁ ମୁର୍ମୁଙ୍କ ଗୋଟିଏ ବଳଦ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି।ଜଳେଶ୍ୱରର ତହସିଲଦାର ମିହିର ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନାମ୍ପୋ ରାଜସ୍ୱ ନିରୀକ୍ଷକ ଶରତ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ତହସିଲଦାରଙ୍କୁ ଏକ ରିପୋର୍ଟ କରିଛନ୍ତି।

Post a Comment