କୋରାପୁଟ : (ଆଜତକ୍ ଓଡ଼ିଶା) ମାଁ ମଙ୍ଗଳା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଏକ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । କବିତା ଆସରର ଶୀର୍ଷକ "ବାପାର ଆଦର" ରଖାଯାଇଥିଲା । ଏହି କବିତା ଆସରରେ ଓଡିଶା ତଥା ଓଡିଶା ବାହାରୁ ପ୍ରାୟ ୧୩ ଜଣ କବି ଏବଂ କବୟିତ୍ରୀ ଯୋଗଦାନ କରିଥିଲେ । ଏହି କ୍ରମରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଅଂଶଗ୍ରହଣ ସ୍ୱରୂପ ମାନପତ୍ର ସହ ସମ୍ମାନିତ ହୋଇଅଛନ୍ତି । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଯୁବ କବି ତଥା ଅଧ୍ୟାପକ ଅଟନ୍ତି । ସେ କୋରାପୁଟ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ହୋଇ ବହୁ ସମ୍ବର୍ଦ୍ଧିତ ହୋଇଥିବା ଦେଖାଦେଇଅଛି । ତେବେ ଏହି ଅବସରରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଉଚ୍ଚକୋଟୀର ପ୍ରତିଭା ପ୍ରଦର୍ଶନ ପାଇଁ ମାଁ ମଙ୍ଗଳା ସାହିତ୍ୟ ଅନୁଷ୍ଠାନ ତରଫରୁ ଏହି ପ୍ରଶଂସା ପତ୍ର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିବା ସହ ଅନୁଷ୍ଠାନର ସମ୍ପାଦକ ନରୋତ୍ତମ ଦାଶ,ପ୍ରତିଷ୍ଠାତ୍ରୀ କୋଶଳୀ କୁଇନ ମୀରାବାଇ ପାଣିଗ୍ରାହୀ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀମାନ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ପ୍ରଦାନ ସ୍ୱରୂପ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment