ବାଲେଶ୍ୱର ଟ୍ରେନ ଦୁର୍ଘଟଣା, ଆହତ ବ୍ୟକ୍ତିଙ୍କ ରକ୍ତଭାବ ପୂରଣ ପାଇଁ ରକ୍ତଦାନ ଶିବିର


ଭୁବନେଶ୍ୱର ୩/୬ (ଆଜତକ୍ ଓଡ଼ିଶା) ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ରକ୍ତଭାବ ପୂରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ରେଡକ୍ରସ ଭବନରେ ତା.୦୨/୦୬/୨୦୨୩ ସନ୍ଧ୍ୟା ୭:୩୦ ଘଣ୍ଟାରୁ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି , ଓଡିଶା ରାଜ୍ୟ ଶାଖାର ଅବୈତନୀକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକଙ୍କ (ଆଇଏଏସ୍ ) ତଥା ମେଜର ଡ. କଳ୍ପନା ଦାସ ଅଧକ୍ଷା ଶିଶୁ ଓ ମହିଳା ବିକାଶ ସୋସାଇଟି ଆନୁକୁଲ୍ୟରେ ଆଜି ମଧ୍ୟ ରକ୍ତ ଦାନ ଶିବିର ରେ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛାତ୍ରୀ ଓ ସିଡବ୍ଲୁଡିଏସ୍‌ ର ସ୍ବେଛାସେବୀ ମାନେ ରକ୍ତ ଦାନ କରିଛନ୍ତି।କାର୍ଯକ୍ରମକୁ ପୂର୍ବତନ ଓଡ଼ିଶା ରାଜ୍ୟ ଶାଖା ପ୍ରକ୍ତାନ ସମ୍ପାଦକ ମେଜର ଡ କଳ୍ପନା ଦାସ ପରିଚାଳନା କରିଥିଲେ ଓଡିଶା ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନା କରିଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତି ପାଇଁ ରକ୍ତ ର ଅଭାବ ଯେପରି ନ ହେଉ , ତାହାକୁ ଲକ୍ଷ୍ୟ କରି ହୋଇଥିବା ରକ୍ତଦାନ ଶିବିରରେ ରେଡ଼କ୍ରସ କର୍ମୀ ବୃନ୍ଦ, ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ତଥା ସ୍ଵେଚ୍ଛାସେବୀ ମାନେ ଆସି ରକ୍ତଦାନ କରିଥିଲେ । କେବଳ ଭୁବନେଶ୍ଵର ନୁହେଁ, କଟକ, ବାଲେଶ୍ଵର ଠାରେ ହଜାର ସଂଖ୍ୟାକ ରକ୍ତଦାତା ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ଚାଲୁରଖୁଛନ୍ତି । ଇଛୁକ ରକ୍ତଦାତା ମାନଙ୍କୁ ଆସି ରକ୍ତଦାନ କରି ମହତ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ ରଖା ଯାଇଛି । ବାଲେଶ୍ବର, କଟକ ,ଭୁବନେଶ୍ୱର, ସହର ଅବସ୍ଥିତ ରକ୍ତ ଭଣ୍ଡାରରେ ରକ୍ତଦାତା ରକ୍ତଦାନ କରିଛନ୍ତି ।ରକ୍ତଦାନରେ କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ଓ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ରାମ ନାରାୟଣ ଦାଶ ,ପ୍ରକାଶ କୁମାର ପରିଡ଼ା, ଡ଼. ନରେଶ କୁମାର ସାହୁ, ସଂଜିବ କୁମାର ଦାସ, ଚନ୍ଦନ କୁମାର ଦାଶ, ନିରଞ୍ଜନ ବିଶ୍ଵାଳ, ବିଶ୍ବରଂଜନ ରଥ, ସୁବ୍ରତ କୁମାର ମିଶ୍ର, ବିଜୟ ସାଗର, ବନମାଳୀ ମେହେର , ଯଦୁମଣି ବଗର୍ତ୍ତୀ, ସୁଦାମ ଚରଣ ମିଶ୍ର, ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଶୁଙ୍ଖଳା ସହ ସହଯୋଗ କରୁଛନ୍ତି ।

Post a Comment

Previous Post Next Post