ଜଳେଶ୍ଵର,୧/୬(ଜଗନ୍ନାଥ ଗୋଛାୟତ) ଆବାହମାନ କାଳରୁ ଭାରତୀୟ ବୈଦିକ କଳା, ସଂସ୍କୃତି, ପୁରାଣ ବର୍ଣ୍ଣିତ ଗାଥା ଓ ନୀତି ନିୟମକୁ ଭାରତୀୟ ମାନେ ଆସ୍ଥା ଵିଶ୍ବାସର ସହିତ ପାଳନ କରିଆସୁଛନ୍ତି। ସେହିପରି ଏକ ପୁରାଣ ଉପାଖ୍ୟାନ ହେଉଛି ରାଜକୁମାର ଟିକା ଗୋବିନ୍ଦ ଚନ୍ଦ୍ରଙ୍କ ତ୍ୟାଗ ନିଷ୍ଠାର କାହାଣୀ। ଓଡ଼ିଶାର ବିଲୁପ୍ତ ପ୍ରାୟ ଲୋକକଳା ଭାବେ ଯୋଗୀଙ୍କ ଦାଣ୍ଡ ଦୁଆରେ ପରିବେଷଣ ଭଜୁ କି ନାଁ ରାମ ନାମରେ କୁମର' ପଦ୍ୟାବଳୀ ସାମ୍ପ୍ରତିକ ବସ୍ତୁ ଵାଦୀ ସମାଜରେ ଅନେକ ମହତ୍ୱ ରଖୁଛି । ପୁରାଣ ବର୍ଣ୍ଣିତ ସ୍ୱାମୀ ହରା ସତୀ ରାଣୀ ମୁକ୍ତାଦେଇ ମାତ୍ର ୨୧ଵର୍ଷ ଯାଏ ପୁତ୍ରର ପରାମାୟୁ, ଜାଣି ପୁଅକୁ ଯୋଗୀ କରାଇଥିଲେ।ରାଜ ଉଆସର ଝାଡୁଦାର, ହାଡିପ୍ପା ଙ୍କ ଠାରୁ ଦୀକ୍ଷା ନେଇ ଟିକା ଗୋବିନ୍ଦ ଚନ୍ଦ୍ର ଯୋଗୀ ବ୍ରତ ଧାରଣ କରିଥିଲେ । ୪ଵର୍ଷ କଠିନ ତପସ୍ୟା ଓ ନିଷ୍ଠା ସାଧନା ବଳରେ ସେ ମୃତ୍ୟୁଞ୍ଜୟୀ ହୋଇ ଅସାଧ୍ୟ ସାଧନ କରିଥିଲେ।ପରେ ଉଆସକୁ ଫେରି ସ୍ତ୍ରୀ ପରିବାର,ଧନ ଐଶ୍ୱର୍ଯ୍ୟ ତ୍ୟାଗକରି ସନ୍ୟାସୀ ବ୍ରତ ଧାରଣ କରି ସଂସାରରେ ସମସ୍ତେ ଖଣସ୍ଥାୟୀ ଓ ମୃତ୍ୟୁ ଧ୍ରୁଵ ସତ୍ୟ, ଵାଣୀ ପ୍ରଚାର କରିଥିଲେ । ନଛିମପୁର ପଞ୍ଚାୟତ ଅର୍ଜୁନୀ ଗାଁରେ ପୁତ୍ର କନ୍ୟା ଙ୍କ ମଙ୍ଗଳ ମନାସି ଏକ ନିଆରା, ଯୋଗୀ ପୂଜା ଓ ସଂଗିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବତନ ସରପଂଚ ଦୀପିଳୀ ଜେନା ଓ ସପନ ଜେନା ମାନସିକ ପୂଜାର୍ଚ୍ଚନା ପରିଚାଳନା କରିଥିବା ବେଳେ ଗ୍ରାମ ବାସୀ ଓ ବହୁ ଵ୍ୟକ୍ତି ଉପସ୍ଥିତ ହୋଇ ବିଲୁପ୍ତ ପ୍ରାୟ ଲୋକ କଳା ଉପଭୋଗ କରିଥିଲେ। ବିଶେଷ କରି ସୋର ଅଞ୍ଚଳରୁ ଆସିଥିବା ଯୋଗୀ ସାଧୁଙ୍କ ପୂଜାର୍ଚ୍ଚନା କେନ୍ଦରା ବାଦନ କରୁଣ ସଂଗୀତ ପରିବେଶକୁ ଅଶ୍ରୁ ସଜଳ ଓ ଦର୍ଶକ ଙ୍କୁ ବିମୋହିତ କରିଥିଲା। ଯୋଗୀ ବେଶରେ ସା୦ଘଵୀ ଜେନା ଓ ରତନ ଜେନା, କେନ୍ଦରା ବଜାଇ ଗ୍ରାମରେ, ଭିଖ୍ୟା ଗ୍ରହଣ ସହିତ ଗୁରୁଙ୍କ ପରାମର୍ଶରେ ବ୍ରତ ସମାପନ କରିଥିଲେ ।
ଯୋଗୀ ପୂଜା ଏବେବି ବଞ୍ଚିଛି : ଟିକା ଗୋବିନ୍ଦ ଚନ୍ଦ୍ର ଉପାଖ୍ୟାନ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment