ବାଲେଶ୍ୱର (ପ୍ରଭାକର ମଲ୍ଲିକ) ପ୍ରସାଶନିକ ଅଧିକାରୀଙ୍କ ଦବଙ୍ଗଗିରି ଏବେ CC TV କ୍ୟାମେରାରେ କୈଦ୍ ହେବା ସହିତ ତାହା ଏବେ ଭାଇରାଲ୍ ହେବାରେ ଲାଗିଛି।ଫଳରେ ବାଲିଆପାଳ ର ସାଧାରଣ ଜନତା, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ଙ୍କ ମଧ୍ୟରେ ବିଡ଼ିଓ ଙ୍କ ଏପରି କାର୍ଯ୍ୟକଳାପ କୁ ଆଲୋଚ୍ୟର ବିଷୟ ପାଲଟିଛି। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବିଡ଼ିଓ ବିନୋଦ କୁମାର ପଣ୍ଡା ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ନବୁଝି ଉପରିସ୍ଥ ଅଧିକାରୀ ତଥା ସାଶକଦଳର ହାତବାରିସି ହୋଇ କାର୍ଯ୍ୟ କରିବା ସହ ସେମାନଙ୍କ ସହ ମୌଜ୍ ମସ୍ତି କରୁଥିବାର ଦେଖିବାକୁ ମିଳୁଥିବା ବେଳେ ସାଧାରଣ ଲୋକ ତଥା କିଛି ଜନ ପ୍ରତିନିଧି ସମସ୍ୟା ନେଇ ଶ୍ରୀଯୁକ୍ତ ପଣ୍ଡା ପାଖକୁ ଗଲେ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଏବେ ସମୟ ନଥିବା ତଥା ବିଭିନ୍ନ ଆଳ ଦେଖାଇ ବାରମ୍ବାର ଘୋରାଇଥାନ୍ତି। ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ବୁଢା ବୁଢୀ ମାନେ ଦୀର୍ଘ ମାସ ହେବ ଭତ୍ତା ନପାଇ ବିଡିଓ ଓ ବ୍ଲକ୍ କାର୍ଯ୍ୟାଳୟ କୁ ଦୌଡିଦୌଡି ନିରାସ ହେଉଥିବାର ଦେଖିବାକୁ ମିଳିଛି। ତେବେ ବାଲିଆପାଳ ବିଡିଓ ବିନୋଦ କୁମାର ପଣ୍ଡା ନିକଟରେ ଦୈନିକ ଖବରକାଗଜର ସାମ୍ବାଦିକ ଲୋକଙ୍କ ରାସନ୍ କାର୍ଡ ସମସ୍ୟା ନେଇ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କାର୍ଯ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଦଲାଲ୍ କହି ବିଦା କରିଦେଇଥିଲା ବେଳେ, ପରବର୍ତ୍ତୀ ସମୟରେ ସାମ୍ବାଦିକ ସଂଘର ହସ୍ଥକ୍ଷେପ ପରେ ବିଡ଼ିଓ ବିନୋଦ କୁମାର ପଣ୍ଡା ସାମ୍ବାଦିକ ଙ୍କୁ ଦଲାଲ୍ କହିଥିବାରୁ ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ଏପରି ନକହିବାର ପ୍ରତିଶୃତି ପରେ ମାମଲା ସେଠାରେ ବନ୍ଦ ହୋଇଥିବା ବେଳେ ଜନପ୍ରତିନିଧି ଙ୍କୁ ପଞ୍ଚାୟତ୍ ସମ୍ମିଳନୀ କକ୍ଷରେ ଆକ୍ଷେପ୍ ମୂଳକ କଥା କହି ହଟହଟା ହେବା ସହିତ ଶେଷରେ ଜନୈକ ଜିଲ୍ଲା ପରିଷଦ ସଦସ୍ୟ ନିଶାକର୍ ସେଠୀ ଙ୍କୁ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସାମ୍ନାରେ ଭୂଲ୍ ମାଗିବା ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ତଥାବି ବିଡିଓ ବାରମ୍ବାର ଅପଦସ୍ତ ହେଉଥିବା ବେଳେ ନିଜର ପ୍ରକୃତି ଛାଡି ନପାରି ପୁଣି ଜଣେ ଯୁବକକୁ ନିଜର ଦବଙ୍ଗ ଗିରି ଦେଖାଉ ଥିବାର ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ଯୁବକଂଗ୍ରେସ୍ ଉପସଭାପତି ସୁବାସ୍ ନାୟକ୍ ଲୋକଙ୍କ ଭତ୍ତା ସମସ୍ୟା ନେଇ ବିଡ଼ିଓ ବିନୋଦ କୁମାର ପଣ୍ଡା ଙ୍କ ଅଫିସ୍ ଚେମ୍ବର କୁ ଯାଇଥିବା ବେଳେ ବିଡ଼ିଓ ତାଙ୍କୁ ଗୁଣ୍ଡା ସମ୍ବୋଧିତ କରିଥିଲେ।ସେ କାହିଁକି ବେକରେ ଗାମୁଛା ପକାଇ ଗୁଣ୍ଡାପରି ତାଙ୍କ ପାଖକୁ ଯାଇଛନ୍ତି।ପରେପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାସହିତ ଶ୍ରୀ ନାୟକଙ୍କ ଭତ୍ତା ସମ୍ବନ୍ଧୀୟ ସମସ୍ୟା ସମାଧାନ କରିବା ଦୂରର କଥା ଚେମ୍ବରରୁ ବାହାରି ଯିବାକୁ ଚେଷ୍ଟା କରିଥିବା ବେଳେ ଶ୍ରୀ ନାୟକ କବାଟ ପାଖରେ ତାଙ୍କୁ ଅଟକାଇବା ସହ ବାଧ୍ୟ ହୋଇ ବିଡ଼ିଓ ତାଙ୍କ ଚେୟାର କୁ ଫେରିଥିଲେ। ତେବେ ରାଜ୍ୟ ସରକାର 5t ମାଧ୍ୟମରେ ଲୋକଙ୍କ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ବୁଝିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ, ବାଲିଆପାଳ ବିଡ଼ିଓଙ୍କ ଏପରି ଦବଙ୍ଗଗିରି ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ସହ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ନିନ୍ଦା ପ୍ରକାଶ କରାଯାଇଛି। ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ଥିବାବେଳେ ବିଡ଼ିଓ ବିନୋଦ କୁମାର ପଣ୍ଡା ବିଭିନ୍ନ ଯୋଜନାରୁ ପିସି ମାଧ୍ୟମରେ ଅର୍ଥ ସଂଗ୍ରହରେ ଲାଗିଥିବା ତାଙ୍କ କର୍ମଚାରୀ ଓ ସାଧାରଣରେ ବେସ୍ ଚର୍ଚା ଯୋର୍ ଧରିଛି। ବାଲିଆପାଳ ବ୍ଲକ ରେ ବିଭିନ୍ନ ସ୍କୁଲ୍ ଗୁଡିକ 5t ଯୋଜନାରେ ସାମିଲ ହୋଇଥିବା ବେଳେ ବିଡ଼ିଓ ପ୍ରଧାନ ଶିକ୍ଷକ ଆକାଉଣ୍ଟ କୁ ଅର୍ଥ ଦେଇ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଅର୍ଥକୁ ପ୍ରଧାନ ଶିକ୍ଷକ ମାଧ୍ୟମରେ ଉଠାଇ ନିଜେ ନେଉଥିବାର କିଛି ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି। ତେବେ ଏପରି ଦୁର୍ନୀତି ଖୋର୍ ବିଡ଼ିଓ ତଥା ଜନ ବିରୋଧି ବିଡିଓ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଖୁବଶିଘ୍ର ବାଲିଆପାଳ ରୁ ବଦଳି ପାଇଁ ସାଧାରଣରେ ଦାବି ଜୋର୍ ଧରିଛି।

Post a Comment