ବାଙ୍କପଲାସ ଗ୍ରାମରେ ଯାଦବ ସମାଜ ବୈଠକ ଅନୁଷ୍ଠିତ


ଭବାନୀପାଟଣା ୫/୦୬ (ଶ୍ୟାମସୁନ୍ଦର ମାଝୀ) ରିଖ ରବିବାର ଦିନ କଲମପୁର ବ୍ଲକ ଅନ୍ତର୍ଗତ ବାଙ୍କାପଲା ଗ୍ରାମରେ କଳାହାଣ୍ଡି ଦୁଧକାଉଁରିଆ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭପତି ଶ୍ରୀଯୁକ୍ତ ପର୍ଶୁରାମ ବଗର୍ତ୍ତି ଏବଂ ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ହାତୀ ଙ୍କ ନେତୃତ୍ୱ ରେ ଚନ୍ଦା ର ଅଞ୍ଚଳ ସଭାପତି ଶ୍ରୀଯୁକ୍ତ କ୍ଷମା ନିଧି ନାଗ, ଗୁବ୍ରିଆ ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ମଣି ରାମ ବଗର୍ତ୍ତି, ଇର୍ଲିପାଟ ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ନାୟକ, ପୋଇଲ ପାର ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ଜଗତ କିଶୋର ନାଗ, ମହୁଲ ପାଟଣା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ଦଶରଥ ରାଉତ ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଯୋଗଦାନ କରିଥିଲେ ।ସମସ୍ତଙ୍କ ଉପସ୍ଥିତିରେ ସାମାଜିକ ନୀତି ନିୟମ ,ଶିକ୍ଷା ,ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇଥିଲା ।

Post a Comment

Previous Post Next Post