ତୁମରା ଜଗନ୍ନାଥ ମନ୍ଦିରେ ଦେବ ସ୍ନାନ ପୂର୍ଣ୍ଣିମା ପାଳନ


ଭବାନୀପାଟଣା ୦୫/୬ (ଶ୍ୟାମସୁନ୍ଦର ମାଝୀ) ଗୋଲାମୁଣ୍ଡା ବ୍ଲକ ସ୍ଥିତ ତୁମୁରା ଗ୍ରାମସ୍ଥିତ ସିଦ୍ଧି ଶ୍ରୀ କ୍ଷେତ୍ର ମନ୍ଦିର ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ଦେବସ୍ନାନ ପୂର୍ଣ୍ଣିମା ପାଳନ ହୋଇ ଯାଇଛି ।ପୂର୍ଣ୍ଣିମା ର ପୂର୍ବ ଦିନ ମନ୍ଦିର ବେଢ଼ା ଭିତରେ ଥିବା ସ୍ଵର୍ଣ କୂପ ରୁ ୧୦୮ କୁମ୍ଭ ଜଳ ଭକ୍ତ ମାନ ଙ୍କ ଦ୍ଵାରା ଅଣାଯାଇଥିଲା। ପୂର୍ଣ୍ଣିମା ଦିନ ହଜାର ହଜାର ଭକମାନ ଙ୍କ ଗହଣରେ ,ଘଣ୍ଟୁଆରୀ ମାନଙ୍କ ଘଣ୍ଟ ନାଦରେ ,ଖୋଲ କୀର୍ତ୍ତନ ,ହରି ବୋଲ ହୁଳହୁଳି ରେ ଚାରି ଦିଅ ଙ୍କୁ ୧୦୮ କୁମ୍ଭ ଜଳରେ ସ୍ନାନ କରାଯାଇ ଥିଲା ।ସ୍ନାନ ପରେ ଭକ୍ତ ଉପେନ୍ଦ୍ର କୁମାର ସାହୁ ଙ୍କ ଦ୍ଵାରା ସୁ ସ୍ୱଜିତ ଗଜାନନ ବେଶରେ ମହାପ୍ରଭୁ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ ।କର୍ତା ଭାବରେ ତୁଲେଶ୍ୱର ଓ ତାଙ୍କ ପତ୍ନୀ ,ମାଧବ ସାହୁ ଓ ତାଙ୍କ ପତ୍ନୀ ,ନିରାକାର ସାହୁ ଓ ତାଙ୍କ ପତ୍ନୀ ,ଜୟ ନାଏକ ଓ ତାଙ୍କ ପତ୍ନୀ ,ବିଶ୍ୱାବସୁ ଶବର ମାନଗୋବିନ୍ଦ ଶବର ଓ ତାଙ୍କ ପତ୍ନୀ ଥିଲେ ।ମନ୍ଦିର ର ମୁଖ୍ୟ ପୁରୋହିତ ପ୍ରଶନ କର ,ତିଳ ମୁଣ୍ଡ ,ମାର୍କଣ୍ଡ ଖମାରୀ ପୁରୋହିତ କରିଥିଲେ । ସିନାପାଲି ରୁ ଭଜନ ମଣ୍ଡଳୀ ଦଳ ଭଜନ ପରିବେଷଣ କରିଥିଲେ । ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ଆଜି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଅଞ୍ଚଳ ବାସି ଙ୍କ ପାଇଁ ସୁଖ ଶାନ୍ତି ପାଇଁ କାମନା କରି ଥିଲେ ଓ ଦୁର୍ଘଟଣା ଘଟି ଥିବା ଟ୍ରେନ ରେ ଅନେକ ଲୋକ ଙ୍କ ପାଇଁ ଆରୋଗ୍ୟ ଲାଭ ପାଇଁ ପୂଜା ଅର୍ଚ୍ଚନା କରି ସେମାନଙ୍କୁ ଜଗନ୍ନାଥ ଙ୍କ ନିକଟ ରେ ପୂଜା କଲେସମସ୍ତ ଆସି ଥିବା ହଜାର ହଜାର ଭକ୍ତ ଓ ମା ମାନଙ୍କର ହରିବୋଲ ହୁଳ ହୁଲି ରେ ଦେବ ସ୍ନାନ ପୂର୍ଣ୍ଣିମା ସମାପନ ହୋଇଥିଲା ।

Post a Comment

Previous Post Next Post