ବାରହା ଆକ୍ରମଣରେ ମାଁ ମୃତ ପୁଅ ଗୁରୁତର


ସୁବର୍ଣ୍ଣପୁର (ଗଣପତି ବାଘ) ବାର୍ହା ଆକ୍ରମଣରେ ମାଆ ମୃତ ଓ ପୁଅ ଗୁରୁତର । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପାପୀ ଗାଁ ର ନିକଟରେ ଥିବା ନିଜ ବିଲରେ କାଠ ଗୋଟାଇବାକୁ ଯାଇଥିଲେ ମାଁ ଓ ପୁଅ । ହେଲେ କାଠ ଗୋଟାଉଥିବା ସମୟରେ ହଠାତ ଜଙ୍ଗଲରୁ ଏକ ବାର୍ହା ଆସି ପାପୀ ଗାଁର ମାଁ ରେଖା ବାଗ (୫୬) ଓ ପୁଅ ବଳଦେବ ବାଗ (୩୭)କୁ ଆକ୍ରମଣ କରିଥିଲା । ଫଳରେ ମାଁ ଓ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ବାର୍ହା ଆକ୍ରମଣର ଶିକାର ହୋଇଥିବା ମାଁ ରେଖାଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ ବଳଦେବଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ରହିଛି ।

Post a Comment

Previous Post Next Post