ବ୍ଲକ ସ୍ତରୀୟ କୃଷକ ସଚେତନତା କର୍ମଶାଳା ଅନୁଷ୍ଠିତ : କୃଷକ ଓ କୃଷି କ୍ଷେତ୍ର ରେ ହେବ ଉନ୍ନତି


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ପୁରୁଣାକଟକ ର କଲ୍ୟାଣି ମଣ୍ଡପ ଠାରେ ବ୍ଲକ ର ସମସ୍ତ ଚାଷୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟକୃଷକ ସଚେତନତା କର୍ମଶାଳା ଆଜି ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ର ଉନ୍ନତି ଓ ଉଭୟ ରାଜ୍ୟ ସରକାରଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା।ତା ଛଡ଼ା ଜଣେ କୃଷକ କେଉଁ ଯୋଜନା ରେ ସାମିଲ ହେଲେ କେତେ ଟଙ୍କା ସରକାର ଙ୍କ ତରଫରୁ ରିହାତି ପାଇବ, କେମିତି ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହୋଇ ପାରିବ, କେମିତି ସରକାରଙ୍କ ତରଫରୁ ସାର ବିହନ ପାଇବ ପ୍ରଭୃତି ବିଷୟ ଉପରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,୭ ନମ୍ବର ଯୋନ ର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠୀ,ସହକାରୀ ଉଦ୍ୟାନ ନିର୍ଦେଶକଯୋଗେନ୍ଦ୍ର ନାରାୟଣ ମହାପାତ୍ର,ସହକାରୀ ନିର୍ଦେଶକNHRDF ଶ୍ରୀ ଅରୁଣ କୁମାର ପାଣ୍ଡେ,ଗୋଷ୍ଠି ପ୍ରାଣୀ ଚିକିତ୍ସକ ବିରେନ୍ଦ୍ର ପୃଷ୍ଟି ,ଗୋଷ୍ଠି କୃଷି ଅଧିକାରୀ ସବ୍ୟସାଚୀ ଦାସ,ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ଦିଗାଲ ଓ ମିଶନ ଶକ୍ତି ସଂଯୋଯିକ । ଶ୍ରୀମତୀ ସୌଦାମିନୀ ପଣ୍ଡା ଙ୍କ ସମେତ ବ୍ଲକ ର ବିଭିନ୍ନ କୋଣ ରୁ ଆସିଥିବା ଚାଷୀ ଉପସ୍ଥିତ ହୋଇଥିଲେ ।

Post a Comment

Previous Post Next Post