ସରିଲା ଦେବ ଦମ୍ପତିଙ୍କ ବିବାହ ଉତ୍ସବ : ସାଂସ୍କୃତିକ ଶୋଭାଯାତ୍ରାରେ ଚଳ ଚଞ୍ଚଳ ଅଂଚଳ


ହରଭଙ୍ଗା, ୨୪/୦୫ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗୁପ୍ତେଶ୍ୱର ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଚୟନ ହୋଇଥିବା ମହାଦେବଙ୍କ ପିତାମାତା ଭାବେ ଟଭାପଦର ଗ୍ରାମର ବିକ୍ରମ ପ୍ରଧାନ ଓ ସରିତାରାଣି ପ୍ରଧାନ ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା ଶେଷଦେବ ପ୍ରଧାନ ଓ ମାତା କୌଶଲ୍ୟା ପ୍ରଧାନ ହୋଇଥିଲେ । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ବାବା ଗୁପ୍ତେଶ୍ଵର ମନ୍ଦିରରୁ ସକାଳ ୭ ଟାରେ ମହାଦେବ ଓ ମାତା ପାର୍ବତୀଙ୍କୁ ପିତାମାତାଙ୍କ ଘରକୁ ନିଆଯାଇଥିଲା । ପରେ ମହାଦେବ ଟଭାପଦର ଗ୍ରାମରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ବରଯାତ୍ରୀ ଆସି ବୁରୁବୁଡା ଶିବ ମନ୍ଦିରରେ ପହଂଚିଥିଲେ । କନ୍ୟା ଘର ପକ୍ଷରୁ ମହାଦେବଙ୍କୁ ବାଟ ବରଣ କରି ବେଦି ପାଖକୁ ନେଇଥିଲେ । ସେଠାରେ ନିର୍ଦ୍ଧାରିତ ଲଗ୍ନରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।ପରେ ସେଠାରେ ଉଭୟ ପରିବାର ଲୋକ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ସହ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଉଭୟ ପରିବାର ସହ ମନ୍ଦିର କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାବା ସହିତ ଏହି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ପ୍ରଧାନ , ସମ୍ପାଦକ ଲବକିଶୋର ପ୍ରଧାନ, ସହ ସମ୍ପାଦକ ଶୁଭ୍ରଜିତ ପ୍ରଧାନ, କୋଷାଧ୍ୟକ୍ଷ ସୁବାଷ ପଣ୍ଡା ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।ସେହିପରି ବ୍ଲକ ର ବିରାମଚନ୍ଦ୍ର ପୁର ଗ୍ରାମରେ ମଧ୍ୟ ମହାପ୍ରଭୁ ଙ୍କ ବିବାହ ଉତ୍ସବ ପାଳନ ସହିତ ସନ୍ଧ୍ୟା ରେ ସାଂକୃତିକ କାର୍ଯ୍ୟକ୍ରମ ହେବାକୁଥିବା ନେଇ ସୂଚନା ମିଳିଛି।

Post a Comment

Previous Post Next Post