ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲୁକେଟି ଗ୍ରାମ କୁ ହଟାତ ବୌଦ୍ଧ ଜିଲାପାଳ ସତ୍ୟ ରଂଜନ ସାହୁ ପରିଦର୍ଶନ ରେ ଯାଇ ସିଧାସଳଖ ଗ୍ରାମବାସୀ ଙ୍କ ବିଭିନ୍ନ ମୌଳିକ ଅସୁବିଧା କୁ ପଚାରି ବୁଝିବା ସହ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ପରେ କାଚପାଜୁ ଗ୍ରାମବାସୀ ମାନେ ଅଙ୍ଗନବାଡି କେନ୍ଦ୍ର ସମସ୍ୟା ଉପରେ ଅଭିଯୋଗ ଆଣିବାସହ ପିଲା ମାନଙ୍କୁ କେବଳ ରନ୍ଧା ଖାଦ୍ୟ ଦେଉଛନ୍ତି । କିନ୍ତୁ ପ୍ରାକ ଶିକ୍ଷାଦାନ, ଏବଂ ମାଁ ମାନଙ୍କୁ ସଠିକ ସମୟ ରେ ଛତୁଆ ବଣ୍ଟନ ହେଉନଥିବା ବେଳେ ଏହାର ବ୍ୟତିକ୍ରମ ଦେଖା ଯାଉଛି ବୋଲି ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ପରେ ସମ୍ପୂକ୍ତ ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ଙ୍କୁ ଗ୍ରାମବାସୀ ଙ୍କ ଅଭିଯୋଗମତେ ଜିଲ୍ଲାପାଳ ସୁପର ଭାଇଜର ଙ୍କୁ ଉତ୍ତର ମାଗିଥିଲେ । ଏପରିକି ଆଗାମୀ ଦିନରେ ଯେମିତି କୌଣସି ଭୁଲ ନହୁଏ, ଏବଂ ୧୫ ଦିନ ପର୍ଯ୍ୟନ୍ତ ଉପାନ୍ତ ଅଂଚଳ ଗୁଡିକ ରେ ରହି ଥିବା ଅଙ୍ଗନବାଡି କେନ୍ଦ୍ର ର ତଦାରଖ କରି ସମ୍ପୂକ୍ତ ଅଧିକାରୀଙ୍କୁ ରିପୋର୍ଟ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ଯଦି ଆଗାମୀ ଦିନ ରେ ଏଥିରେ କୌଣସି ବ୍ୟତିକ୍ରମ ଦେଖାଯାଏ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ପରେ ଗ୍ରାମର ଗ୍ରାମପତି ମଦ ବିରୋଧୀ ଏସଏଚ ଜି ମହିଳା ଙ୍କୁ ଗ୍ରୁପ ଲୋନ ସହାୟତା, ଆମ୍ବୁଲ ଉତ୍ପାଦନ ଓ ମହିଳା ଦଳଙ୍କ ପ୍ରୋହୋତ୍ସନ ପାଇଁ ବିପିଏମ ବେଣୁ ଧର ମହାପାତ୍ର ଙ୍କୁ ନିର୍ଦେଶ । ଅନ୍ୟପଟେ ଅଦା, ସୋରିଷ ହଳଦୀ ଚାଷ ପାଇଁ ଓରମାସ ଏବଂ ଆରଏମସି ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେବାସହ। କ୍ଷେତ୍ର ପରିଦର୍ଶନ ରେ ଯାଇ ଗ୍ରାମରେ ନୂତନ ପୋଖରୀ ଖୋଲିବା, ସୋଲାର ଲିଫ୍ଟ ଓ ଲାଇଟ ର ବ୍ୟବସ୍ଥା ପାଇଁ ବିଭାଗୀୟ କର୍ମଚାରୀ ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଜିଲ୍ଲାପାଳ ଙ୍କ ଏଭଳି ଅଚାନକ ଉପାନ୍ତ ଅଞ୍ଚଳ କୁ ପହଁଚି ସିଧା ସଳଖ ଲୋକ ମାନଙ୍କ ସହ ମିଶି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିବାରୁ ଵନବାସୀ ମାନେ ବହୁତ ଖୁସି ବ୍ୟକ୍ତ ହେବାସହ ଜିଲ୍ଲାପାଳ ଦେଇଥିବା ପ୍ରତି ଶ୍ରୁତି ଗୁଡିକ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଆଶାବାନ୍ଧିବା କହନ୍ତି ।

Post a Comment