କେବେ ବଦଳିବ ଉପାନ୍ତ ବାସୀଙ୍କ ଜୀବନ ରେଖା : ନଳକୂଅ ସାତ ସପନ , ଚୁଆ ପାଣି ହିଁ ଭଗବାନ ଙ୍କ ବରଦାନ

ଚୁଆ ପାଣି ବଢ଼ାଉଛି କଡ଼ନୀ ରୋଗ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ନା ଗାଁ କୁ ଅଛି ରାସ୍ତା ନା ବଦଳୁଛି ବନବାସୀଙ୍କ ଜୀବନ ରେଖା, ସାଧାରଣ ମୈlଳିକ ଅଧିକାର ରୁ ବଞ୍ଚିତ ଏହି ଗାଁ ର ଜନତା, ରାସ୍ତା ନ ଥିବାରୁ,ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀକାଳୀନ ସେବାରୁ ବହୁ ଦୂରରେ ଏହି ଗ୍ରାମବାସୀ! ସ୍ୱାଧୀନତା ଅମୃତ ଏମାନଙ୍କ ପାଇଁ ସାତ ସପନ!ଏମିତି ଏକ ଗ୍ରାମ ସବୁ ନାହିଁ ନାହିଁ ରେ ବିତୁଛି ଜୀବନ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ପଞ୍ଚାୟତ ମହାଳିକ ପଡା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଂଚଳ ନଣ୍ଡାଗାଡୁ ଗ୍ରାମ। ପଞ୍ଚାୟତ ଠାରୁ ଏହି ଗ୍ରାମକୁ ୪ କିଲୋମିଟର ଯିବାକୁ ହେଲେ ରାସ୍ତା ନ ଥିବାରୁ ଜଙ୍ଗଲ ବାଟ ଦେଇ ଯିବା ବାଟରେ ପୁଣି ପ୍ରତିବନ୍ଧକ ହୋଇ ଛିଡା ହୋଇଛି ଏକ ବିରାଟ ନାଳ "ବର୍ଷା ଦିନେ ଜନବସତୀ ଇଲାକାରୁ ବିଛିନ୍ନ କରି ପକାଏ ଓ ଖରାଦିନେ ଜଳଶୁନ୍ୟ "ସତେ ଯେମିତି କୋଉ ଅଭିଶାପ ର ଫଳ ସଦୃଶ। ନା ଦୃଷ୍ଟି ପଡୁଛି ପ୍ରଶାସନ ର ନା ବନ ବିଭାଗ ର!ସବୁ ବୁଝୁ ଥିଲେବି ନିଜ ଭିଟା ମାଟିର ମାୟା ରେ ଏମିତି ବନ୍ଧା ଏମାନେ ଅନ୍ୟତ୍ର ଛାଡିଯିବାକୁ ନାରାଜ। ବର୍ଷା ଦିନେ ବାହ୍ୟ ଜଗତର ବିଛିନ୍ନ ଓ ଖରାଦିନେ ଜଳ କଷ୍ଟ। ବର୍ତମାନ ଏହି ଜଳ ସମସ୍ୟା ଏମାନଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଛି। ସ୍ୱାଧୀନରର ୭୫ବର୍ଷ ପରେ ବି ନଳ କୂପ ଏମାନଙ୍କ ପାଇଁ ସାତ ସପନ କେବଳ ପାଣି ପାଇଁ ଭଗବାନ ଙ୍କ ଉପରେ ଭରସା କରି ବଂଚୁଛନ୍ତି ଏହି ଗ୍ରାମର ଲୋକ।ଗ୍ରାମରେ ୨୦ଗୋଟି ପରିବାର ଆଦିମ ଅଧିବାସୀ କନ୍ଧ ସମ୍ପ୍ରଦାୟ ପ୍ରାୟ ୧୫୦ଜଣ ବସ ବାସ କରନ୍ତି। ବର୍ତମାନ ବାଧକ ସାଜିଛି ପାଣି, ନଳକୂପ ନ ଥିବାରୁ ନାଳରୁ ଚୁଆ ଖୋଳି, ଝୁଡି ବସାଇ ଏକ କିଲୋମିଟର ପାଣି ବୋହି ବ୍ୟବହାର କରୁଛନ୍ତି। ଏହି ବିଷାକ୍ତ ପାଣି ବ୍ୟବହାର କରିବା ଦ୍ୱାରା ଗ୍ରାମରେ ଏବେ କିଡ଼ନୀ ରୋଗ ବ୍ୟାପିଛି। ଗତ ୩ମାସ ପୂର୍ବେ କୀଡୀନି ରୋଗରେ ପୀଡିତା  ଉତ୍ତରା ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ସପ୍ତେଶ୍ୱର ମାଝୀ (୪୫) ଶ୍ୟାମଘନ ଦେହୁରୀ (୫୦) କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି। ଗ୍ରାମବାସୀ ଙ୍କ ମତ ଅନୁଯାଇ ପ୍ରତିବର୍ଷ ଏହି ପାଣି, ରାସ୍ତା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୋଣସି ସୁଫଳ ମିଳୁନି, ଏହା ବାବଦରେ ଆମେ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇ ବା ପରେ ରାସ୍ତା ର ଅସୁବିଧା ଯୋଗୁଁ ଟେଙ୍କର ରେ ପାଣି ଯୋଗାଇବା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ। ଏଣୁ ଜିଲ୍ଲା ପ୍ରଶାସନ ଗ୍ରାମର ସମସ୍ୟା କୁ ଦୃଷ୍ଟି ରେ ରଖି ଯଥା ଶୀଘ୍ର ପାଣି ଓ ରାସ୍ତା ର ସମସ୍ୟା କୁ ସମାଧାନ ପାଇଁ ଗ୍ରାମବାସୀ ଗୁହାରି କରିଛନ୍ତି ଓ ଯଦି ସମସ୍ୟା ସମାଧାନ ନ ହୁଅ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post