୫୭ନଂ ଜାତୀୟ ରାଜପଥ ରେ ଭୟଙ୍କର ସଡ଼କ ଦୁର୍ଘଟଣା : ଜଣେ ପୋଲିସ କର୍ମଚାରୀ ସମେତ ଡ୍ରାଇଭର ମୃତ


ବୌଦ୍ଧ : (ସୁଶାନ୍ତ କୁମାର ବେହେରା) ଜାତୀୟ ରାଜପଥ ୫୭ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଗନ୍ତବ୍ୟ ସ୍ଥଳକୁ ଥିଲାଆଉ ୧୫ କିଲୋମିଟର । କମଲପୁର ନିକଟରେ ଟ୍ରକ ଓ ବଲେରୋ ମଧ୍ୟରେ ଧକ୍କା ଦୁଇ ମୃତ ଦୁଇ ଗୁରୁତର। ବୌଦ୍ଧ ଜିଲ୍ଲା ଦେଇଯାଇଥିବ ଜାତୀୟ ରାଜପଥ ୫୭ର ବୌଦ୍ଧ ଥାନା କମଲ୍ ପୁର ନିକଟରେ ଆଜି ଭୋର୍ ସକାଳ ୪ ଘଣ୍ଟା ସମୟରେ ଏକ ଟ୍ରକ ଓ ବଳେରୋ ମଧ୍ୟରେ ମୁଂହାମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁନୀ ଥାନା ପୋଲିସ ଏକ ବଲେରୋ OD 03 E 5163 ଏକ ବ୍ୟକ୍ତିଗତ ବଲେରୋ ଯୋଗେ କଟକ ଅଞ୍ଚଳକୁ ଏକ ୱାରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ସୋନପୁର ପଟରୁ ଆସୁଥିବା ଏକ ମାର୍ବଲ ବୋଝେଇ ଟ୍ରକ OD 25 M 0095 ସହ କମଳପୁର ନିକଟରେ ମୁଂହାମୁହିଁ ଧକ୍କା ହୋଇଥିଲା।ଫଳରେ ବଲେରୋ ଡ୍ରାଇଭର ବାଉଂଶୁନି ଗଡଭିତରର ପ୍ରଶାନ୍ତ ରଣା ଓ ଗାଡିରେ ବସିଥିବା ହୋମ ଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସେହିପରି ବାଉଂଶୁଣି ଥାନାର ଏ ଏସ ଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି।ଅନ୍ୟଜଣେ କନେଷ୍ଟ ବଳ ଉଦୟନାଥ ଜାନି ସାମାନ୍ୟ ଆହତ ହୋଇଛନ୍ତି।ଉଭୟ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ବାଉଂଶୁଣୀ ପୋଲିସ ଓ ବୌଦ୍ଧ ପୋଲିସ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Post a Comment

Previous Post Next Post