ତେନ୍ତୁଳିପଡା ଠାରେ ମାଁ ଧରଣୀ ବୁଢ଼ୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଫାଇନାଲ


ଭବାନୀପାଟଣା/ଜୁନାଗଡ଼ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତ ତେନ୍ତୁଳିପଡା ଠାରେ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଫାଇନାଲ ଆଜି ସମାପ୍ତ ହୋଇଯାଇଛି । ଏହି କ୍ରିକେଟ ଖେଳ ମାର୍ଚ୍ଚ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ହୋଇଥିଲା । ରୋମାଞ୍ଚକ ମେଚ ଖଇରମାଲ ବନାମ ମାଟିଗାଁ ଫାଇନାଲ ଥିଲା । ଏଥିରେ ପ୍ରଥମେ ମାଟିଗାଁ ଟଚଜିତି ବେଟିଙ୍ଗ କରି ୧୩୯ ରନ କରିଥିଲେ । ଖଇରମାଲ ର ଖେଳାଳି ମାନେ ୧୪୦ ରନକରି ବିଜୟୀ ହୋଇଥିଲେ । ଫାଇନାଲ ମେଚରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା,ବୁଢ଼ୀଦର ନାଏକ ସରପଞ୍ଚ ଜୟଶୀଙ୍ଗ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଓ ପ୍ରଶାନ୍ତ ନାଏକ ଏବଂ ପିନୁ ନାଏକ ମଞ୍ଚ ପରିଚାଳନା କରିଥିଲେ ।

Post a Comment

Previous Post Next Post