ରାଜସ୍ୱ ଗ୍ରାମ ମାନ୍ୟତା ପାଇଲା ବେହେରା ପଞ୍ଚାୟତ ର ନୂନପାଣି


ଧର୍ମଗଡ : ବେହେରା (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ପଞ୍ଚାୟତ ନୂନପାଣି ଠାରେ ଧର୍ମଗଡ ତହସିଲଦାର ଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧାନ ଦେବା ସହ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତହସିଲଦାର ହରେକୃଷ୍ଣ ବରିହା ଗ୍ରାମ ବାସୀ ଙ୍କୁ ଜମି ଜମା ସୀମା ନିର୍ଧାରିତ ଉଦ୍ଧିଷ୍ଟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଅନ୍ୟପକ୍ଷରେ ଏହାର ସୀମା ନିର୍ଧାରଣ ସର୍ଭେ ଉପରେ ଗ୍ରାମ ବାସୀ ଙ୍କୁ ସହଯୋଗ କରିବାକୁ ଆହ୍ଵାନ କରିଥିଲେ।ନୂନପାଣି ଗ୍ରାମ କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ମାନ୍ୟତା ଦାବି ବହୁଦିନ ରୁ ହୋଇ ଆସୁଛି।ଭୁଗୋଳିକ ସ୍ଥିତି ଓ ଜନଗଣନା ଅନୁଯାୟୀ ସ୍ୱତନ୍ତ୍ର ରାଜସ୍ୱ ଗାଁ ମାନ୍ୟତା ବହୁ ଆଗରୁ ପାଇବା କଥା ।ହେଲେ ଡେରି ହେଲେ ସୁଦ୍ଧା ସରକାର ଏବେ ସ୍ୱତନ୍ତ୍ର ଗ୍ରାମ ଭାବେ ମାନ୍ୟତା ଦେଇଥିବା ହେତୁ ଗ୍ରାମବାସୀ ବେଶ ଖୁସିଥିବା ପ୍ରକାଶ କରନ୍ତି।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ସମିତି ସଭ୍ୟ କିଶୋର ନାଗ, ସୁପରଭାରିଜର-ଯୁଗେଶ୍ୱର ଶବର,ବେହେରା ଆର ଆଇ-ଅମନ କାନ୍ତ ମଙ୍ଗରାଜ, ରତେନ୍ଦ୍ର ନିଆଲ,ଫ୍ୟାନ୍ସ ସଭାପତି -ଭବେଶ ଗଇନ୍ଟା ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post