କର୍ଲାମୁଣ୍ଡା : (ମହେନ୍ଦ୍ର ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ଠାରେ ଦ୍ବାଦଶ,ବର୍ଷ ଝାମୁଯାତ୍ରା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ମାଁ ଙ୍କ ମନ୍ଦିର ସାମ୍ନା ରେ ବିଧିବଦ୍ଧ ଭାବେ ଭଜନ କୀର୍ତ୍ତନ ସହିତ ଷୋହଳ ପହରି ନାମ ଜଜ୍ଞ ପାଇଁ ସୁଭ ଖମ୍ବ ସ୍ଥାପନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଯାତ୍ରା ର ବିଭାଗ ଶାନ୍ତି ଶୃଙ୍ଖଳା ଦାୟୀତ୍ୱ ନେଇ ଥିଲେ ପ୍ରସିଦ୍ଧ ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ଏବଂ ଷୋହଳ ପହରି ନାମ ଜଜ୍ଞ ଉତ୍ସବ ପ୍ରଥମ ଦିନ ଗ୍ରାମ ପରିକ୍ରମା କରି ଦୁତୀୟ ଦିବସରେ ଝାମୁଯାତ୍ରା ଓ ତୁତୀୟ ଦିବସରେ ପଣା ସଂକ୍ରାନ୍ତି ଏବଂ ଚତୁର୍ଥ, ପଞ୍ଚମ, ଷଷ୍ଠ,ନାମ ଜଜ୍ଞ ମହାସମାରୋହରେ ଉତ୍ସବ ପାଳନ ହେବ ବୋଲି ପରିଚାଳନା କମିଟି ସଭାପତି ନନ୍ଦୁଳାଲ ରଣା, ସଂପାଦକ, ନନ୍ଦକିଶୋର ରଣା, ମନ୍ଦିର ପରିଚାଳନା ସଂଯୋଜକ ସୁଶାନ୍ତ ମଲ୍ଲିକ ପକ୍ଷରୁ ସୂଚନା ଦେଇ ଥିବା ବେଳେ ନାମ ଜଜ୍ଞ କତ୍ତା ଭାବେ ଦାୟିତ୍ଵ ନେଇଛନ୍ତି ।
ମାଁ ତାରିଣୀ ଶୈବ ଶକ୍ତି ଝାମୁଯାତ୍ରା ନେଇ ଷୋହଳ ପହରି ନାମ ଜଜ୍ଞ ପାଇଁ ସୁଭ ଖମ୍ବ ସ୍ଥାପନ
ଆଜତକ ଓଡ଼ିଶା
0
Post a Comment