ଉତ୍କଳ ଦିବସ ଉପଲକ୍ଷେ ବାବା ନିଖିଳେଶ୍ବର ମହାସଂଘ ଦ୍ବାରା ବୃକ୍ଷରୋପଣ ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ


ଜଳେଶ୍ବର ୦୧/୦୪(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୫ ନହଞ୍ଜରାର ବାବା ନିଖିଳେଶ୍ବର ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଦ୍ଵାରା ଉତ୍କଳ ଦିବସ ଅବସରରେ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଭାନେତ୍ରୀ ରଶ୍ମିତା ପରିଡ଼,ସମ୍ପାଦିକା ମୌସୁମୀ ପରିଡ଼ାଙ୍କ ସମେତ ସୁସ୍ମିତା ପରିଡ଼ା, ନିରୂପମା ଜେନା, ଜାନକୀ ଚନ୍ଦ, ରୂପାଲି ପରିଡ଼ା, ନନ୍ଦିତା ସି,ସସ୍ମିତା ସି, ରିତାରଣୀ ପରିଡ଼ା, ସସ୍ମିତା ବ୍ରହ୍ମ, ସୁଚିତ୍ରା ପରିଡ଼ା, ସବିତା ଚନ୍ଦ, କାମିନୀ ବେହେରା, ନମିତା ପରିଡ଼ା, ଏବଂ ଅନ୍ୟାନ୍ୟ ସଭ୍ୟା ଓ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post