ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଉତ୍କଳ ଦିବସ ପାଳିତ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଆଜି ହେଉଛି ୮୮ ତମ ଉତ୍କଳ ଦିବସ । ତେବେ ବିଭିନ୍ନ ସାମାଜିକ ସଂଗଠନ ତଥା ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ବାଲିଆପାଳ ବ୍ଲକ କୁଣ୍ଡଳୀ ପଞ୍ଚାୟତରେ ବାଲେଶ୍ଵର ଜିଲ୍ଲା ଜନଶିକ୍ଷଣ ସଂସ୍ଥା  ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜନଶିକ୍ଷଣ ସଂସ୍ଥା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହରିଶ୍ ଚନ୍ଦ୍ର ବେହେରା ପ୍ରଦୀପ ଜାଳି ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଡାକବିଭାଗ ଅଧିକାରୀ ଅକ୍ଷୟ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଜୟନ୍ତ କୁମାର ଦାସ୍, ନିମପଦା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଇଂରାଜୀ ଶିକ୍ଷକ ବନମାଳୀ ସାହୁ, କୁଣ୍ଡଳୀ GPLF ର ସଭାପତି ନିରୁପମା ବେହେରା, ସମ୍ପାଦିକା ରଞ୍ଜିତା ନାୟକ ତଥା ସ୍ଥାନୀୟ ବହୁ ମହିଳା ଯୋଗଦାନ କରିଥିଲେ। ତେବେ ପ୍ରକଳ୍ପ ସଂଯୋଜକ ସଞ୍ଜୟ ଗିରି ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସରପଞ୍ଚ ଜୟନ୍ତ କୁମାର ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ତେବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହିତ ବୃକ୍ଷରୋପଣ ଓ ମହିଳା ମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ରଙ୍ଗୋଲି ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ।

Post a Comment

Previous Post Next Post