ଜଳେଶ୍ବର ,୨୨/୪ (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଜଳେଶ୍ୱରକୁ ଜିଲ୍ଲା ମାନ୍ୟତା ପାଇଁ ଚଳିତ ବର୍ଷ ଫେବୃୟାରୀ ମାସ ୨୦ତାରିଖ ଦିନ ଜଳେଶ୍ୱର ତହସିଲଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହେଉନଥିବାରୁ ଏହି ଦାବୀକୁ କିଭଳି ଆଗକୁ ନିଆଯିବ ସେନେଇ ଆଜି ନୂଆବଜାର ଭଞ୍ଜ ଶ୍ରୀ ଭବନ ପରିସରରେ ସମାଜ କଲ୍ୟାଣ ବିକାଶ ପକ୍ଷରୁ ସଭାପତି ଡ଼. ରମାକାନ୍ତ ଭଞ୍ଜଙ୍କ ସଭାପତିଙ୍କ ଆହ୍ୱାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବନମାଳୀ ଧଳ, ରାମଚନ୍ଦ୍ର ସାହୁ,ଦୁର୍ଗା ଶଙ୍କର ଗିରି,ରବୀନ୍ଦ୍ର ପାତ୍ର,ସଚିଦାନନ୍ଦ ମହାନ୍ତି,ମୁରଲୀ ମୋହନ ପ୍ରଧାନ,ବିନୋଦ ମହାନ୍ତି ୭ଜଣକୁ ନେଇ ଏକ ଷ୍ଟାଣ୍ଡିଙ୍ଗ କମିଟି ଗଠନ କରାଯାଇଥିଲା ।ଆଗାମୀ ଦିନରେ ଜଳେଶ୍ୱରକୁ ଜିଲ୍ଲା ପାଇଁ କି ଭଳି ତୃଣମୂଳ ସ୍ତରରେ କାର୍ଯ୍ୟ କରାଯିବ ସେ ନେଇ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକରେ ସମାଜ କଲ୍ୟାଣ ବିକାଶର ସମ୍ପାଦକ ଆଇନଜୀବୀ ରାମଚନ୍ଦ୍ର ଜେନା,ଡ଼.ବିପିନ ବିହାରୀବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ରବି ସେନାପତି, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ଆଦିତ୍ୟ ନାରଣ ପାତ୍ର,ଶରତ ପରିଡା,ବରିଷ୍ଠ ଶିକ୍ଷାବିତ ଡ଼ .ଅଜିତ କୁମାର ମାହାନ୍ତି, ବଜେନ୍ଦ୍ର ଗିରି ପ୍ରଭୃତି ଉପସ୍ଥିତ ଥିଲେ ।

Post a Comment