ନୂଆପଡା, (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଫୁରଶୁଣ୍ଡ ଗ୍ରାମ ଠାରେ ଚାରିଗଡ ଝରିଆ ସାହୁ (ତେଲି) ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭା ଗତ ମଙ୍ଗଲବାର ଦିନ ଆରମ୍ଭ ହୋଇଥିବା ବେଳେ ୪ଦିନ ଧରି ଏହି ମହାସଭା ଅନୁଷ୍ଠିତ ହୋଇଛି । ମଙ୍ଗଳବାର କାଣ୍ଡେକେଲା କର୍ମା ମନ୍ଦିର ରୁ ଏକ ମଶାଲ ଯାତ୍ରା ବାଇକ୍ ସହାୟତାରେ ବାହାରି ମହାସଭ ରେ ପହଞ୍ଚି ଥିବାବେଳେ ଚାରିଗଡ ଝରିଆ ସାହୁ ସମାଜର ଶହଶହ ମହିଲା ଏକ କଲସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉଦନ୍ତି ନଦୀରୁ ପବିତ୍ର ପୂଜାଅର୍ଚ୍ଚନା କରି ଗାଁ ପରିକ୍ରମା ପରେ ମହାସଭା ସ୍କୁଲକୁ ପହଞ୍ଚି କଲସ ସ୍ଥାପନ କରିଥିଲେ । ବୁଧବାର ଏହି ମହାସଭା ରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମହାସମୁନ୍ଦ ସାଂସଦ ଚୁନିଲାଲ ସାହୁ ଯୋଗଦାନ କରିଥିବା ବେଲେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ମଧ୍ୟ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥ୍ ଭାବେ ଚାରିଗଡ କୁଳପତି ଗୌରଚନ୍ଦ୍ର ସା, ଚାରିଗଡ ସାହୁ ସମାଜ ମାର୍ଗ ଦର୍ଶକ ରାମଧର ସାହୁ, ପୁର୍ବତନ କୁଲପତି ସୁକାନ୍ତି ସାହୁ, ସାହୁ ସମାଜ ସମିକ୍ଷକ ଦେବନାଥ ସାହୁ, ଗଲାମଣି ସାହୁ, ଲମ୍ବୋଦର ମେହେର ,ମଞ୍ଚାସୀନ ଥିଲେ। ଏହି ମହାସଭା ରେ ଖଡିଆଳ ଆଞ୍ଚଳିକ ସଭାପତି ଜମୁଲାଲ ସାହୁ ମଞ୍ଚ ପରିଚାଲନା କରିଥିବା ବେଲେ ଅତିଥ୍ ପରିଚୟ ଓ ସ୍ଵାଗତ ବିଦ୍ୟାଧର ସା କରିଥିଲେ ଶେଷରେ ଅନିଲ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟା ସଂନ୍ଧ୍ୟା ରେ ମୁଖ୍ୟ ଅତିଥ୍ ଭାବେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦାନ କରିଥିବା ବେଲେ ସମ୍ମାନିତ ଅତିଥ
ଭାବେ ଖଡିଆଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥ ଲମ୍ବୋଦର ନିଆଲ, ଘୁଚାଗୁଡା ସରପଞ୍ଚ ଲକ୍ଷ୍ମୀ ସା, ଅବସରପ୍ରାପ୍ତ ଶିକ୍ଷକ ତପନ ସା ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଚାରିଗଡ କୁଲପତି ଗୌରଚନ୍ଦ୍ର ସା ମଞ୍ଚ ପରିଚାଲନା କରିଥିଲେ । ସ୍ଵାଗତ ସଂଙ୍ଗୀତ ନିକୁଞ୍ଜ ସା ଗାନ କରିଥିଲେ। ଏହି ସମାଜ ର ରିତିନୀତି ସଂଶୋଧନ ନେଇ ଦିନ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ରାତ୍ରି ରେ ଶିଶୁ କଲାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଲେ ଘୁମୁରା କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖୁଥୁଲା। ଚାରିଗଡ ମହାସଭା କମିଟି ସଭାପତି ପାରେଶ୍ବର ସା, ସମ୍ପାଦକ କୁଲଦିପ ସା, କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ସା ଦାୟିତ୍ଵ ତୁଲାଇଥିବା ବେଲେ ସୁଶାନ୍ତ ସା, ବୈଶମ୍ପାୟନ ସା, ସିଦ୍ଧାନ୍ତ ସା, ନିତ୍ୟାନନ୍ଦ ସା, କିଶୋର ସା, ଜୟଧର ସା, କଲୁରାମ ସା, ସୋମନାଥ ସା, ମାନସିଂ ସା, ଚଇତୁ ରାମ ସା, ବଦନ ସା, କ୍ଷମା ଶଙ୍କର ସା, ହେରାମ ସା, କ୍ଷିରସିନ୍ଧୁ ସା ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ । ଶୁକ୍ରବାର ଏହି ମହାସଭା ର ଶେଷ କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ଜଣାପଡିଛି।
Post a Comment