ହରଭଙ୍ଗା ବ୍ଲକ ରୁ ଶ୍ରୀ ଜଗନ୍ନାଥ ଧାମ କୁ ଗଲା ରଥକାଠ

ରଥ କାଠ କୁ ଚାରିଛକ ଜଗନ୍ନାଥ ପ୍ରେମୀ ବଣିକ ସଂଘ ଙ୍କ ଭବ୍ୟ ସମ୍ବର୍ଦ୍ଧନା


ହରଭଙ୍ଗା :୨୭/୪ (ସୁଶାନ୍ତ କୁମାର ବେହେରା) ଶ୍ରୀଜଗନ୍ନାଥ ଧାମ ପୁରୀ କୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଆଡ଼େନିଗଡ଼ ସେକ୍ସନ ରୁ ଗୁରୁବାର ପ୍ରଥମ ପର୍ଯ୍ୟାୟ ରେ ୫୪ଖଣ୍ଡ ଅସନ କାଠ ପଠା ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ବାକି ୧୨୩ଖଣ୍ଡ  ଅସନ କାଠ ସର୍ବ ମୋଟ ଉକ୍ତ ସେକ୍ସ ନ ରୁ ମୋଟ ୧୭୭ ଖଣ୍ଡ ଅସନ ଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ରେ ଯାଉଥିବା ରଥ କାଠ କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ନିଆଯାଉଥିବାର ଜଣା ପଡିଛି। ସୂଚନା ଅନୁଯାଇ ୨୦ଫୁଟ ଲମ୍ବର ୧୪ଖଣ୍ଡ  ୧୨ଫୁଟ ଲମ୍ବର ୪୦ ଖଣ୍ଡ ପ୍ରଥେମେ ପଠା ଯାଇଥିବା ବେଳେ ସମୁଦାୟ ୧୭୭ଖଣ୍ଡ ଅସନ କାଠ ମାଧପୁର ରେଞ୍ଜ  ଆଡ଼ିପଦର ଜଙ୍ଗଲ ରୁ ରୀତିନୀତି ଅନୁସାରେ ଛେଦନ କରାଯାଇଥିଲା। ଆଜି ସମୁଦାୟ କାଠ କୁ 3ଗୋଟି ଟ୍ରକ ରେ ଲୋଡ଼ କରି ଚାରିଛକ ଦେଇ ଯାଉଥିବା ବେଳେ ଚାରିଛକ ଜଗନ୍ନାଥ ପ୍ରେମୀ ବଜାର କମିଟି ଓ ବିଭିନ୍ନ ଭକ୍ତ ମାନେ ପୁରୁଣା କଟକ ଥାନା ଠାରୁ ପୂଜା ପାଠ ,ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ  କରି ବ୍ଲକ ଛକ ପର୍ଯ୍ୟନ୍ତ ଭବ୍ୟ ସମ୍ବର୍ଦ୍ଧନା ରେ ନିଆଯାଇଥିଲା। ପରେ ମାଧପୁର ବନ ବିଭାଗ ପକ୍ଷରୁ ବନ ଦୁର୍ଗା ମନ୍ଦିର ଠାରେ ଉକ୍ତ ରଥ କାଠ ବୋଝେଇ ଟ୍ରକ କୁ ବିଭାଗ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସମୟ ରେ ସ୍ଥାନୀୟ ରେଞ୍ଜ ଅଫିସର ପ୍ରବୀଣ ମହାକୁଡ଼, ଫରେଷ୍ଟର ସୁଶୀଲ କୁମାର ହୋତା, ଫରେଷ୍ଟ ଗାର୍ଡ -ଦୀପକ ପ୍ରଧାନ, ସୁନୀଲ ଖେତୀ, ସୁମନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post