ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ର ସତଭାବନା ଗୃହ ରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ହେମକାନ୍ତ ସାଏ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନିଜ ସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ନେଇ ସଫଳ କରିବାକୁ ଆହ୍ବାନ କରିଛନ୍ତି। ଜିଲ୍ଲାର ୩୫୩ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ ୱେ ର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବାକୁ ପଦକ୍ଷେପ ନେଇଥିଲେ। ଆଞ୍ଚଳିକ ପରିବହନ କେନ୍ଦ୍ର ,ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଗ୍ରାମ୍ୟ ସଡ଼କ, ଗୃହ ଓ ପୁତ୍ତ ନିର୍ମାଣ, ଯୋଗ ଦେଇଥିଲେ। ସ୍କୁଲ, କଲେଜ ରେ ସଚେତନ କରାଯାଇ ଥିବା ବେଳେ କମ ବୟସ୍କ ଯୁବକ,ଯୁବତୀ ମାନେ ବାଇକ ଚଳାଚଳ କରିବା ଦ୍ବାରା ତାଙ୍କ ଅଭିଭାବକ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ। ବୈଠକରେ ଜିଲ୍ଲା ଆରକ୍ଷୀଅଧିକାରୀ ଜେ ରାଘବେନ୍ଦ୍ରମ ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜିଲ୍ଲା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, RTO ମିନା ସିଂ, DSO ଅଜୟ ପଟ୍ଟନାୟକ DPM ଅଭିଳାଷ ରାଉତରାୟ, ସରକାରୀ ବସ ର ଷ୍ଟେସନ ମାଷ୍ଟର ବିଜୁ କୁମ୍ଭାର ସମେତ ଜିଲ୍ଲା ସ୍ତରିୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ନେଇ ସମୀକ୍ଷା ବୈଠକ
ଆଜତକ ଓଡ଼ିଶା
0
Post a Comment