ପୋଲିସ କୁ ଦେଖି ଗଞ୍ଜେଇ ବସ୍ତା ଫୋପାଡ଼ି ମାଫିଆ ଫେରାର

ଜାତୀୟ ରାଜପଥ କଡ଼ରୁ ୩ଟି ବସ୍ତାର ୬୬କେଜି ଜବତ କଲା ପୁରୁଣାକଟକ ପୋଲିସ

ହରଭଙ୍ଗା ୨୭/୪ (ସୁଶାନ୍ତ କୁମାର ବେହେରା) ଜିଲ୍ଲା ରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ୍ୟ ମାଫିଆ ଙ୍କୁ କାବୁ କରିବାସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନ ରେ ଛକି ବସିବା, ଦିନରାତି ପେଟ୍ରୋଲିଙ୍ଗ କରିବା ଭଳି କାର୍ଯ୍ୟ ଜାରି ରଖିଛି । ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ଘୋଡା ଡିଆଁ ନାଳ ନିକଟସ୍ତ ଜାତୀୟ ରାଜପଥ କଡ଼ ରେ ତିନୋଟି ଗଞ୍ଜେଇ ଭର୍ତି ବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲା । ସୂଚନା ମତେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟ ରେ ଉକ୍ତ ସ୍ଥାନ ରେ ପୂର୍ବରୁ ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଉଥିବା ବେଳେ ପୁରୁଣା କଟକ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଗାଡି କୁ ଦେଖି ତିନି ବସ୍ତା ଗଞ୍ଜେଇ ଫୋପାଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା । ପୋଲିସ ପହଁଚି ତିନି ବସ୍ତା କୁ ଜବତ କରି ଉକ୍ତ ବସ୍ଥାରେ ଥିବା 66କେଜି ଗଞ୍ଜେଇକୁ ଜବତ କରି କେସ ୬୩/୨୩ ରେ ଏକ ମାମଲା ରୁଜୁ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି କିଛିଦିନ ତଳେ ଏକ ବୋଲେରୋ ଗାଡି ରେ ମିଶ୍ଚର ବସ୍ତା ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ପୁରୁଣା କଟକ ପୋଲିସ ହାବୁଡ଼ରେ ପଡି ପୋଲିସ ୯୦କେଜି ଗଞ୍ଜେଇ ଜବତ କରି 2ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେଣୁ ବର୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗଞ୍ଜେଇ କରବାର ବଢ଼ୁଥିବା ବେଳେ ଏସପି ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ପୋଲିସ ବିଭିନ୍ନ ସମୟ ରେ ଗଞ୍ଜେଇ ମାଫିଆଙ୍କ ପ୍ରତି ସଜାଗ ହୋଇ ପେଟ୍ରୋଲିଙ୍ଗ କାର୍ଯ୍ୟ ଜାରି ରଖିଛି ବୋଲି ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post