ପୋଲ ନିର୍ମାଣ ଦାବିରେ ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ ଆଣିଲେ ଗ୍ରାମବାସୀ : ଦୁଇବର୍ଷ ହେଲା ପ୍ରକଳ୍ପ ହେଉନି କାର୍ଯ୍ୟକାରୀ


ହରଭଙ୍ଗା :୨୭/୪ (ସୁଶାନ୍ତ କୁମାର ବେହେରା) ସରକାର ଲୋକଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ବାସ୍ତବ ରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଝାରକଟା ଗ୍ରାମ ବିଶି ସାହି ରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। ସେହି ସାହିକୁ ଯିବାକୁ ହେଲେ ଏକ ନାଳ ଦେଇ ଯିବାକୁ ପଡୁଛି। କିନ୍ତୁ ବର୍ଷା ଦିନ ହେଲେ ଅଙ୍ଗନୱାଡ଼ି ଛୁଆ ଏବଂ ସ୍କୁଲ ପିଲା ସ୍କୁଲ ଯିବାକୁ ଅସମର୍ଥ ହେଉଛନ୍ତି କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ହେଲେ ମଧ୍ଯ ବର୍ଷା ଦିନେ ଆମ୍ବୁଲାନ୍ସ ଯାଇପାରୁନାହିଁ । ସବୁଠାରୁ ବଡ଼ କଥା ହେଲା ସେହି ସାହିରେ ଜଣେ ସ୍କୁଲ ଶିକ୍ଷକ ମଧ୍ଯ ରହୁଛନ୍ତି ଯିଏ କି ଏକ ଭିନ୍ନକ୍ଷମ ବ୍ୟକ୍ତି। ଯାହାଙ୍କୁ ତାଙ୍କ ସ୍କୁଲ ଯିବାକୁ ହେଲେ ନାଳ ସାଜୁଛି କାଳ। 


ଏହାକୁ ନେଇ ସାହି ବାସିନ୍ଦା ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ଏବଂ ବାରମ୍ବାର ଖବର ପରିବେଷଣ କରିବାପରେ ହରଭଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୋଲା ନିର୍ମାଣ ନିମନ୍ତେ ରାଜ୍ୟ ଅର୍ଥ କମିଶନ ଅର୍ଥ ରୁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରୁନଥିବା ବେଳେ କେବଳ ପ୍ରତି ବର୍ଷ ଏକ ଟ୍ରିପ ବାଲି ସେହି ସ୍ଥାନ ରେ ପକାଇ ଦୁଇ ବର୍ଷ ହେବ ଠିକାଦାର ଲୋକଙ୍କୁ ପୋଲା ନିର୍ମାଣର ସ୍ଵପ୍ନ ଦେଖାଉଥିବା ସାହି ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି। ପୋଲ ମଞ୍ଜୁର ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଯେଉଁ ଦସା କୁ ସେ ଦସା ଭୋଗୁଥିବା ସାହି ବାସିନ୍ଦା ପୁନର୍ବାର ଆଜି ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେବା ସହିତ ତୁରନ୍ତ ଏହି ସାହି କୁ ଯାତାୟତ ସୁବିଧା ଯୋଗାଇଦେବା କୁ ଲୋକେ ଅନୁରୋଧ କରିଛନ୍ତି।

Post a Comment

Previous Post Next Post