ଅଖାରେ ଭର୍ତ୍ତି ମହିଳାଙ୍କ ମୃତ ଦେହ ଉଦ୍ଧାର


ଜଳେଶ୍ବର ୦୧/୦୪ (ଜଗନ୍ନାଥ ଗୋଛାୟତ) ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ରାଜଘାଟ ସ୍ଥିତ ସୁବର୍ଣ୍ଣରେଖା ନଦୀରେ ଭାସମାନ ଅବସ୍ଥାର ଅଖା ରେ ଭର୍ତ୍ତି ମହିଳାଙ୍କ ମୃତ ଦେହ ଉଦ୍ଧାର। ହତ୍ୟା ସନ୍ଦେହ। ପୋଲିସ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି। ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ରାଜଘାଟ ସ୍ଥିତ ବାରୁଣୀ ମେଳା ନିକଟରେ ସକାଳ ସମୟରେ ନଦୀରେ ଭାସମାନ ଅବସ୍ଥାରେ ଏକ ଅଖା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଦମକଳବାହିନୀ ସହାୟତା ରେ ଅଖାଟି ଭିତରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରି ସାଇଣ୍ଟିଫିକ ଟିମ୍ ର ସହାୟତା ନେଇଥିଲେ । ତେବେ ସାଇଣ୍ଟିଫିକ ଟିମ୍ ସହ ପୋଲିସ ର ତଦନ୍ତ ଜାରି ରହିଥିବା ବେଳେ, ମହିଳା ଙ୍କ ବୟସ ୪୦ ହେବ। କେହି ଦୁର୍ବୁର୍ତ ହତ୍ୟା କରି ଅଖାରେ ଭର୍ତ୍ତି କରି ନଦୀ କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

Post a Comment

Previous Post Next Post