ଜଳେଶ୍ବର ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ


ଜଳେଶ୍ବର,୦୧/୦୪(ଜଗନ୍ନାଥ ଗୋଛାୟତ) ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ୮୮ ତମ ଉତ୍କଳ ଦିବସ ସମାରୋହ ଆରୁହା ପଂଚାୟତ ଶାଳୀକୋଠା ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜଳେଶ୍ୱର ଶାଖାର ସଭାପତି ଡ଼ଃ ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଅଧକ୍ଷତାରେ ପ୍ରଖ୍ୟାତ ପ୍ରବକ୍ତା,ବିଶିଷ୍ଟ ଚିକିତ୍ସକ ତଥା ସାରସ୍ୱତ ସାଧକ ଡ଼ଃ କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦର ଉପ ସଭାପତି ଅନୁସୟା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ର ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତପନୀ ଭୂୟାଁ, ସଦସ୍ୟା ମଧୁମିତା ମହାନ୍ତି,ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସମ୍ପାଦକ କମଳ ଚକ୍ରବର୍ତ୍ତୀ,ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ବିବେକାନନ୍ଦ ସାହୁ,ଜଳେଶ୍ୱର ଶାଖାର ସମ୍ପାଦକ ସୁନୀଲ କୁମାର ନାୟକ,ସ୍ତମ୍ଭକାର ସୁଦର୍ଶନ ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଡ଼ଃ ଅଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

Previous Post Next Post