ସମ୍ବାଦ ସାହିତ୍ୟ ଘର ଜଳେଶ୍ଵର ଶାଖା ଓ ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ


ଜଳେଶ୍ବର,୦୧/୦୪(ଜଗନ୍ନାଥ ଗୋଛାୟତ) ପବିତ୍ର ଉତ୍କଳ ଦିବସ ରେ ଜଳେଶ୍ବର ବ୍ଲକ ତଥା ଲକ୍ଷ୍ମଣନାଥ ଆଶ୍ରମ ପରିସରରେ ଫକୀର ମୋହନ ସେନାପତି ତଥା ପୁରୁଣା କୋର୍ଟ ସାମ୍ନାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ,ବିପିନ ବିହାରୀ ବିଶ୍ବାଳ, ଡ ଅଜିତ କୁମାର ମହାନ୍ତି,ଶରତ ଚନ୍ଦ୍ର ପରିଡା ତଥା ଭାଷା ପ୍ରେମୀଙ୍କ ଗହଣ ରେ ଉତ୍କଳ ସଙ୍ଗୀତ ପରିବେଷଣ ସହିତ ଦିଗମ୍ବରୀଦେବୀ +୨ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ସମ୍ବାଦ ସାହିତ୍ୟ ଘର ଜଳେଶ୍ଵର ଶାଖା ତରଫ ରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ସଂଗଠନ ର ସମ୍ପାଦକ ଡ.ଅଜିତ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ମୁଖ୍ଯଅତିଥି ଭାବେ ବିପିନ ବିହାରୀ ବିଶ୍ବାଳ, ଶରତ ଚନ୍ଦ୍ର ପରିଡ଼ା,ରଞ୍ଜନ ଦେ,ମାନସ କୁମାର ମାଇତି,ପ୍ରକାଶ ଦିନ୍ଦା, କବିତା ବେହେରା ,ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦିକା ମଧୁଛନ୍ଦା ମହାନ୍ତି ।ସମ୍ବାଦ ସାହିତ୍ୟ ଘର ର ପ୍ରତିଷ୍ଠାତା ପରମ ସମ୍ମାନନୀୟ ମାନ୍ୟବର ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିଲା ପବିତ୍ର ଉତ୍କଳ ଦିବସ ରେ କର୍ମକର୍ତ୍ତାମାନେ ହସ୍ତତନ୍ତ ପୋଷାକ ପରିଧାନ କରିବା
 ସେଇପରି ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜ୍ୟୋତିର୍ମୟ ଆଚାର୍ଯ୍ଯ,ମଂଚ ଆହ୍ବାନ ଶିକ୍ଷକ ସଞ୍ଜୟ କୁମାର ପାକଳ, ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ, ହିନ୍ଦି ଶିକ୍ଷକ ଦୀପକ କୁମାର ପାତ୍ର, ଶିକ୍ଷକ ସୁଜିତ୍ କୁମାର ସିଟ୍, ଶିକ୍ଷୟତ୍ରୀ ମୌସୁମୀ ଗୁପ୍ତା, ଆର୍ ମୋଲିନା, ବିଦ୍ୟାଳୟ କର୍ମଚାରୀ ସଞ୍ଜୀବ କୁମାର ଗିରି ଓ କମଳାକାନ୍ତ ସାମଲ,ଝାଡେଶ୍ବର ଜେନା,ସରୋଜ ସାମଲ,ବାଦଲ କୁମାର ଜେନା, ପଦ୍ମ ଲୋଚନ ଜେନା,ପ୍ରଦୀପ କୁମାର ଗିରି,ଗୋପାଳ ଚନ୍ଦ୍ର ମହାପାତ୍ର, ଖୁକନ ମହାନ୍ତି,ଶିକ୍ଷକ କରୁଣାକର ଦାସ, ପ୍ରମୁଖ ମଞ୍ଚାସିନ ହୋଇ ପିଲା ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସେମାନଙ୍କ ଭବିଷ୍ୟତ କାମନା କରିବା ସହିତ ସେମାନେ ଉଚ୍ଚ ଶିକ୍ଷା ଲାଭ କରି ନିଜ ନିଜର ନାମକୁ ବିକଶିତ କରିବା ପାଇଁ ବକ୍ତବ୍ୟରେ କହିଥିଲେ। ସଭା ପ୍ରାରମ୍ଭରେ ଜଗତର ଜଗନ୍ନାଥ , ମଧୁସୂଦନ ଦାସ,ଗୋପବନ୍ଧୁ ଦାସ ଫଟୋ ପୂଜାର୍ଚ୍ଚନା ଓ ମାଲ୍ୟାର୍ପଣ କରା ଯାଇଥିଲା ।

Post a Comment

Previous Post Next Post