ରାଜଶ୍ରୀ ପବ୍ଲିକ ସ୍କୁଲରେ ୧୭ତମ ବାର୍ଷିକ ଉତ୍ସବ ପାଳିତ


ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବାହାଲପଡା ଠାରେ ଅବସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲରେ ସତର ତମ ବାର୍ଷିକ ଉର୍ତ୍ସବ ପାଳନ ହୋଇଯାଇଛି । ଏହି ସ୍କୁଲର ପରିଚାଳନା ରାଜେଶ ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟାଳୟରେ ଉକ୍ତ ସ୍କୁଲର ଅଦକ୍ଷ ଭଗବାନ ହଂସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆପଡା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ମୁଖ୍ୟ ଅଥିତି ରୂପେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନି ବଘେଲ ଅବସରପ୍ରାପ୍ତ ଜବାନ ସୁରେନ୍ଦ୍ର କୁମାର, ଈଶ୍ୱର ପାଣିଗ୍ରାହୀ, ଲିଙ୍ଗରାଜ ଘିବେଲା, ତୁଳସୀ ମେହେର, ସଂଯୁକ୍ତା ତ୍ରିପାଠୀ, ଅମିତ ସିଂ ଦେଓ, ପ୍ରଶ୍ନ ମାଝୀ, ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥି ମନେ ଭଗବାନ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ଦିପ ଜଳନ କରିଥିଲେ । ମଞ୍ଚାସିନ ଅତିଥି ମନେ ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ବିଦ୍ୟାଳୟ ର ସୁନାମ ଅର୍ଜନ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post