ନୂଆପଡା ,(ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ୍ ଗ୍ରାମ ପଞ୍ଚାୟତ ବୈଗାପଡା ଗ୍ରାମ ରେ ବିଶ୍ଵ ର କଲ୍ୟାଣ ଓ ଗ୍ରାମ ର ମଙ୍ଗଳ ପାଇଁ ଅଖଣ୍ଡ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ନାମଯଜ୍ଞ ତା:୦୫/୦୪/୨୩ ବୁଧବାର ଦିନ ଠାରୁ ତା:୦୮/୦୪/୨୩ ଶନିବାର ଦିନ ପର୍ଯ୍ୟନ୍ତ ଚାଲିରହିବ।ଉକ୍ତ ନାମଯଜ୍ଞ ର କର୍ତ୍ତା ଭାବେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାଲୟା ଗହୀର ଦାୟିତ୍ଵ ତୁଲାଇଛନ୍ତି । ମୁଖ୍ୟ ପୂଜକ ଭାବେ ଶ୍ରୀଯୁକ୍ତ ଧବଳେଶ୍ଵର ପୁରୋହିତ ଓ ତାଙ୍କ ସହଯୋଗୀ ପୂଜକ ମାନେ ସୁନ୍ଦର ଭାବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ନାମଯଜ୍ଞ ଟି କୁ ଆଗେଇ ନେଇଛନ୍ତି । ପୁଜାକମିଟି ଙ୍କ ଉଦ୍ୟମରେ ବଇଗାପଡ଼ ଗ୍ରାମରେ ସୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ବିଶ୍ଵ ର କଲ୍ୟାଣ ଓ ଗ୍ରାମ ର ମଙ୍ଗଳ ପାଇଁ ଅଖଣ୍ଡ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment