ଜଳେଶ୍ବର ୦୧/୦୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ନୂଆ ବଜାର ସ୍ଥିତ ମା ତାରିଣୀ ଗ୍ରହଣା ଦୋକାନ ରୁ ରାତି ଅଧରେ ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୁର୍ତ। ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଭଳି ଦୋକାନୀ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥାନ୍ତି। ତେବେ ସକାଳ ସମୟରେ ଘରମାଲିକ ଠାରୁ ଖବରପାଇ ଘଟଣା ସ୍ଥଳକୁ ଆସି ଦୋକାନ ର ସଟର ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସଟର ଟେକିବା ପରେ ଦୋକାନର ସାମ୍ନା ରେକ ରେ ଥିବା ଗହଣା ଚୋରି ହୋଇଥିବା ଜଣାପଡିଥିଲା। ତେବେ କେତେ ଗହଣା ଚୋରି ହୋଇଛି ତାର ଆକଳନ କରାଯାଇନାହିଁ। ପୋଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ନେଇଥିବା ବେଳେ ମାଲିକ ଦୁକାନ ସାମ୍ନା ରେକ୍ ରୁ ପାଖାପାଖି ୮ଲକ୍ଷ ଟଙ୍କା ର ଗହଣା ଚୋରି ହୋଇଥିବା କହିଛନ୍ତି । ତେବେ ଜଳେଶ୍ଵର ଏସଡିପିଓ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଆସାମୀ ମାନେ ଧରାପଡ଼ିବ ବୋଲି କହିଛନ୍ତି ।
ଗ୍ରହଣା ଦୋକାନ ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୁର୍ତ
ଆଜତକ ଓଡ଼ିଶା
0
Post a Comment