ମା ରୁଦ୍ରକାଳୀଙ୍କ ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ


ହରଭଙ୍ଗା : (ଶୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ହରଭଙ୍ଗାରୁ ମଙ୍ଗଳବାର ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି! ହରଭଙ୍ଗା ମା’କାଳୀ ଙ୍କ ମନ୍ଦିରରେ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥିଲା।ବୁଧବାର ମନ୍ଦିର ପରିସରରୁ ବାହାରି ହରଭଙ୍ଗା ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ କରାଯାଇଥିଲା!ଏହି ଯାତ୍ରା ଚୈତ୍ର ମାସ ରେ ହୋଇଥାଏ। ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ ପାଳନ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ, ଷୋଳ ସୁଅlଙ୍ଗ ଦଣ୍ଡ ଯାତ୍ରା ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Post a Comment

Previous Post Next Post